୪ ଜଣ ଜୀବନ୍ତ ଦଗ୍ଧ

0 489

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଆଁ ଲାଗି ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଜଗତସିଂପୁର ଜିଲ୍ଳା କୁଜଙ୍ଗ ଥାନା ଅନ୍ତର୍ଗତ ଗନାପାଟ ଗାଁରେ ଘଟିଯାଇଛି । ଏହି ନିଆଁ ରେ ଶାଶୁ, ଶ୍ୱଶୁର, ଝିଅ ଓ ଜ୍ୱାଇଁ ଜଳିଯାଇଛନ୍ତି ।

ସୂଚନା ଅନୁଯାୟୀ, ଜଗତସିଂପୁର ଜିଲ୍ଳା କୁଜଙ୍ଗ ଥାନା ଅନ୍ତର୍ଗତ ଗନାପାଟ ଗାଁର ନବଘନ ସାହୁଙ୍କ ଝିଅ ରୁବୀନା ମଲ୍ଲିକଙ୍କ ସ୍ଵାମୀ ହରେକୃଷ୍ଣ ମଲ୍ଲିକଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଫଳରେ ଉତ୍ତ୍ୟକ୍ତ ହୋଇ ହରେକୃଷ୍ଣ ପେଟ୍ରୋଲ ଢ଼ାଳି ସ୍ତ୍ରୀ, ଶ୍ୱଶୁର ଓ ଶାଶୁଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା । ମାତ୍ର ଏ ନିଆଁ ରୁ ସେ ମଧ୍ୟ ବର୍ତ୍ତି ପାରିନଥିଲା । ଘଟଣା ସ୍ଥଳରେ ହିଁ ହରେକୃଷ୍ଣ, ତାଙ୍କ ଶାଶୁ କମଳା ସାହୁ, ଶ୍ୱଶୁର ନବଘନ ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ରୁବୀନା ମଲ୍ଲିକଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ପୁଲିସ୍ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲେ।

ମୃତ୍ୟୁ ପୂର୍ବରୁ ହରେକୃଷ୍ଣ ପାରିବାରିକ କଳହକୁ ନେଇ ଘରେ ନିଆଁ ଲଗାଇ ଦେଇଥିବା ରୁବୀନା ତାଙ୍କ ବୟାନରେ କହି କହିଥିଲେ ।

Loading...

Leave A Reply

Your email address will not be published.