୧୫ ସେକେଣ୍ଡରେ ୬୦ ଜୀବନ

0 4,264


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଜାବ ଅମୃତସର ନିକଟର ଟ୍ରେନ ମାଡିଯାଇ ୬୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ସେହିପରି ୪୦ ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ବିଭିନ୍ନ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତର ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ସେହିପରି ମୃତାହତ ପରିବାର ଲୋକଙ୍କ ପାଇଁ ହେଲପ ଡେକ୍ସ ଗଠନ କରାଯାଇ ହେଲପ ଲାଇନ ନମ୍ବର ଜାରି କରାଯାଇଛି । ଅପରପକ୍ଷରେ ଆଜି ପଞ୍ଜାବର ସବୁ ଶିକ୍ଷାନୁଷ୍ଠାନ ଓ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ସୂଚନା ମିଳିଛି । ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରତି ମୃତକଙ୍କ ପାଇଁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିବା ବେଳେ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାରୀ ଓ ବେସରକାରୀ ହସ୍ପିଟାଲରେ ସରକାର ବହନ କରିବେ ବୋଲି ଘୋଷଣା କରିଥିଲେ । ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ସହ ଇସ୍ରାଇଲ ଗସ୍ତ ରଦ୍ଦ କରି ଭାରତ ଫେରିଛନ୍ତି ।

ସୂଚନା ଅନୁଯାୟୀ, ଅମୃତସର ର ଚୌଡା ଫାଟକ ନିକଟରେ ରେଳଧାରଣା ପାର୍ଶ୍ବରେ ଗତକାଲି ସନ୍ଧ୍ୟାରେ ଦସେରା ରାବଣ ପୋଡି ଉତ୍ସବ ପାଳନ ହେଉଥିବା ବେଳେ ସେଠି ଦେଖୁଥିବା ଲୋକ ରାବଣରେ ନିଆଁ ଲାଗିଲା ପରେ ବାଣ ରେ ଭୟଭୀତ ହୋଇ ଲୋକମାନେ ରେଳ ଧାରଣା ଉପରକୁ ଚାଲିଆସିବାରୁ ଆତସବାଜି ଶବ୍ଦରେ ପଠାନକୋଟ ଅମୃତସର ଟ୍ରେନ ଆସିବା ଜାଣି ନପାରି ଟ୍ରେନ ଧକ୍କା ରେ ୬୦ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୪୦ ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ବିଭିନ୍ନ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟଟେନ ଅମରେନ୍ଦ୍ର ସିଂ ଦୁଃଖ ପ୍ରକାଶ କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରତି ମୃତକଙ୍କ ପାଇଁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିବା ବେଳେ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାରୀ ଓ ବେସରକାରୀ ହସ୍ପିଟାଲରେ ସରକାର ବହନ କରିବେ ବୋଲି ଘୋଷଣା କରିଥିଲେ । ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଅପରପକ୍ଷରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ଲୋକେ ଟ୍ରେନ ହର୍ଣ୍ଣ ଶୁଣିନପାରିବାରୁ ଦୁର୍ଘଟଣା ଘଟିଛି । ରାବଣ ପୋଡି ସମୟରେ ବାଣ ଫୁଟିବା ଶବ୍ଦରେ ଲୋକେ ଟ୍ରେନ ହର୍ଣ୍ଣ ଶୁଣିପାରିନଥିଲେ । ଯାହା ପାଇଁ ଏତେ ବଡ ଦୁର୍ଘଟଣା ଘଟିଗଲା । କିଛି ଲୋକ ଟ୍ରେନ ଟ୍ରାକରେ ବସିଥିବାରୁ ହଠାତ୍ ଉଠିନପାରି ଟ୍ରେନ ଚାପାରେ ଆସିଯାଇଥିଲେ । ରାବଣ ପୋଡି କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲା ପ୍ରଶାସନ ତରଫରୁ ରେଳବାଇକୁ କୌଣସି ସୂଚନା ଦିଆଯାଇନଥିଲା । ଏହାଛଡା ରେଳ ଧାରଣାକୁ ଲାଗି ଏପରି ଆୟୋଜନ କରିବା ଅନୁଚିତ ବୋଲି କହିଛନ୍ତି ମନୋଜ ସିହ୍ନା । ସେହିପରି ଆଇନ ଶୃଙ୍ଖଳା ରକ୍ଷା କରିବା ରାଜ୍ୟ ସରକାରଙ୍କ କାମ । ହେଲେ ଏପରି ଦୁଃଖଦ ଘଟଣାକୁ ନେଇ ରାଜନୀତି କରିବା ଅନୁଚିତ ବୋଲି ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ।

Loading...

Leave A Reply

Your email address will not be published.