ଦୋକାନରେ ନିଆଁ ଲାଗି ଜଣେ ଜୀବନ୍ତ ଦଗ୍ଧ

0 976


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲାଙ୍ଗିରରେ ଏକ ଦୋକାନରେ ନିଆଁ ଲାଗିଯିବାରୁ ଜଣେ ଜୀବନ୍ତ ଜଳିଯାଇଛନ୍ତି । ମୃତକ ଜଣକ ହେଲେ ୨୬ ବର୍ଷୀୟ ସୁରଜ କ୍ଷେତି ।

ସୂଚନା ଅନୁଯାୟୀ, ବଲାଙ୍ଗିର ସହରର ମାଲପଡ଼ା ଅଞ୍ଚଳର ସୁରଜ କ୍ଷେତିଙ୍କ ପିପି ଏକାଡେମୀ ଛକ ନିକଟରେ ଏକ ପାନ ଦୋକାନ ଥିଲା । ଗତକାଲି ରାତିରେ ସେ ଦୋକାନରେ ଶୋଇଥିବା ବେଳେ ପ୍ରାୟ ରାତି ୧୨ଟା ବେଳେ ଦୋକାନରେ ନିଆଁ ଲାଗି ଯାଇଥିଲା । ଟାଉନ୍ ଥାନା ପିସିଆର୍‌ ଟିମ୍‌  ଅଗ୍ନିଶମ କର୍ମଚାରୀଙ୍କୁ ସୂଚନା ଦେବାପରେ ଅଗ୍ନିଶମ କର୍ମଚାରୀ ଆସି ନିଆଁ ଲିଭାଇ ଥିଲେ। ନିଆଁ ଲିଭାଇବାପରେ ଦୋକାନ ଭିତରେ ସୁରଜ ଶୋଇଥିବା ଜଣାପଡିଥିଲା ।

ଅପରପକ୍ଷରେ ସୁରଜଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି ।ତାଙ୍କ ବଡ଼ ଭାଇଙ୍କ କହିବା ମୁତାବକ ଦୁଇ ତିନି ଦିନ ତଳେ ଦୁଇ ଜଣ ପିଲାଙ୍କ ସହିତ ସୁରଜଙ୍କର କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଗତକାଲି ସେହି ପିଲାମାନେ ମଦ ପିଇ ତାଙ୍କୁ ଧମକ ଚମକ ଦେଇଥିଲେ।

ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାର ଅଭିଯୋଗ ମୁତାବକ ତଦନ୍ତ ଚଳାଇଛି ।

Loading...

Leave A Reply

Your email address will not be published.