ଲାଞ୍ଚ ନେବାବେଳେ ଧରାପଡିଲେ ଥାନା ଏଏସଆଇ

0 446

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜଣେ ପୋଲିସ କର୍ମଚାରୀ । ମାମଲା ଦଫାରଫା କରିବାକୁ ୪ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ଛନ୍ତି । ସେ ହେଲେ ନୂଆପଡା ଜିଲ୍ଲା ଖଡିଆଳ ଥାନାର ଏଏସଆଇ ବିସେଶ୍ୱର ପଣ୍ଡା ।

ପ୍ରକାଶ ଯେ, ଗତ ଡିସେମ୍ବର ୮ ତାରିଖରେ ଖଡିଆଳ ସହରର ୧୨ ନଂ. ୱାର୍ଡ କୁଆଁରପଡାର ଭବାନୀଶଙ୍କର ଅଦା, ଅଜୟ ନାଏକ ଏବଂ ଉତ୍ତମ ନାଏକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଥାନା ଏଏସ୍‌ଆଇ ବିସେଶ୍ୱର ପଣ୍ଡା ପୃଥକ୍‌ ପୃଥକ୍ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଥିଲେ । ଏହି ମାମଲାରେ ବେଲ୍‌ କରାଇ ଦେବା କହି ଏଏସ୍‌ଆଇ ପଣ୍ଡା ଭବାନୀଶଙ୍କରଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବାରୁ ୪ହଜାର ଟଙ୍କାରେ ଡିଲ୍‌ ହୋଇଥିଲା । ଗରୁବାର ସାଢ଼େ ୧୧ଟା ବେଳେ ଖଡିଆଳ ଥାନା ନିକଟସ୍ଥ ଏକ ପାନ ଦୋକାନରେ କେମିକାଲ ଲାଗିଥିବା ୮ ଟି ୫ଶହ ଟଙ୍କିଆ ନୋଟ ଭାବନୀଶଙ୍କର ଏଏସଆଇ ପଣ୍ଡାଙ୍କୁ ଦେଇଥିଲେ । ଏହି ସମୟରେ ନୂଆପଡା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ପହଞ୍ଚି ଏଏସ୍‌ଆଇ ପଣ୍ଡାଙ୍କଠାରୁ ସେହି ଟଙ୍କା ଜବତ କରିଥିଲେ । ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ସରକାରୀ ବାସଭବନ ଓ କୋମନା ଥାନା ବଗାମୁଣ୍ଡା ଗାଁର ନିଜ ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଭିଜିଲାନ୍ସ ଏଏସ୍‌ଆଇ ପଣ୍ଡାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । 

Leave A Reply

Your email address will not be published.