ଦିଲ୍ଲୀରେ ଗର୍ଜିଲା ବିଜେଡି, କଲା ଶକ୍ତି ପ୍ରଦର୍ଶନ

0 532




ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଜର ଦଳବଳ ଘେନି ଦିଲ୍ଲୀରେ କେନ୍ଦ୍ରସରକାର ଙ୍କ ବିରୁଦ୍ଧରେ ରଣହୁଙ୍କାର ଦେବାସହ କେନ୍ଦ୍ର ର ଦୁଇ ପ୍ରମୁଖ ଦଳ ଆଗରେ ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ପ୍ରତାରିତ ନୀତି ପ୍ରତିବାଦରେ ଆଜି ଦିଲ୍ଲୀରେ ବିଶାଳ ସମାବେଶର ଆୟୋଜନ କରିଥିଲା ବିଜେଡି । ସ୍ଥାନୀୟ ତାଲକୋଟରା ଷ୍ଟାଡିୟମଠାରେ ନବୀନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କୃଷକ ସମାବେଶରେ ବିଜେଡିର ଏମପି, ବିଧାୟକ ଓ ନେତାମାନେ ସାମିଲ ହୋଇଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନୀ ଇସ୍ତାହାରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନି କେନ୍ଦ୍ରସରକାର । କ୍ଷମତାକୁ ଆସିବା ପରେ ନିଜ ଦାୟିତ୍ୱରେ ଅବହେଳା କରିବା ସହ ସ୍ୱାମୀନାଥନ୍ କମିଟି ରିପୋର୍ଟକୁ ମଧ୍ୟ କାର୍ଯ୍ୟକାରୀ କରିନି । ଓଡ଼ିଶା ସରକାରଙ୍କ ପକ୍ଷରୁ ଏ ନେଇ ବାରମ୍ବାର ଆଲୋଚନା କରାଯିବା ସହ ଚିଠି ଲେଖା ଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାପ୍ରତି ଦୃଷ୍ଟି ନଦେଇ ଚୁପ୍ ବସିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।



ସେହିପରି ନବୀନ କହିଛନ୍ତି, ‘କେନ୍ଦ୍ର ସରକାର ଧାନର ଏମଏସ୍‌ପି ବୃଦ୍ଧି ନ କରି ଖସି ଯାଇ ପାରିବେ ନାହିଁ । କାରଣ ଏମଏସ୍‌ପି ବୃଦ୍ଧି କରିବା କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ । ଆମେ ବାରମ୍ବାର ଦାବି କରୁଥିଲେ ହେଁ ଏହାକୁ କେନ୍ଦ୍ର ସରକାର ଶୁଣୁନାହାନ୍ତି’ । ଯାହାକି କୃଷକଙ୍କ ପ୍ରତି କେନ୍ଦ୍ରସରକାର ଙ୍କ ଦରଦ ନଥିବା ଦର୍ଶାଉଛି ।

Loading...

Leave A Reply

Your email address will not be published.