ଭୁବନେଶ୍ୱର ଉପକଣ୍ଠରେ ବୋମାମାଡ଼, ଦେଖନ୍ତୁ ଭିଡିଓ

0 729

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ଗାଁରେ ଗତକାଲି ରାତିରେ ହୋଇଛି ବୋମାମାଡ଼ । ୩ଜଣ ଦୁର୍ବୃତ୍ତ ତମାଣ୍ଡୋ ଥାନା ଅଧିନସ୍ଥ ପାତ୍ରପଡା ଗାଁର ମନୋଜ ରାଉତରାୟଙ୍କ ଘର ଉପରକୁ ବୋମାମାଡ କରିଛନ୍ତି । ଯାହାକି ଦୁର୍ବୃତ୍ତମାନଙ୍କର ପୋଲିସ ପ୍ରତି କୌଣସି ଭୟ ନଥିବା ଦର୍ଶାଉଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ୍ତ ଏକ ପଲିଥିନ ରେ କିଛି ସାମଗ୍ରୀ ଧରି ପାତ୍ରପଡା ଗାଁରେ ରେ ପ୍ରବେଶ କରିଥିଲେ । ସେମାନେ ମନୋଜ ରାଉତରାୟଙ୍କ ଘର ପାଖରେ ପହଞ୍ଚିବା ପରେ ବ୍ୟାଗରୁ ବୋମା ବାହାର କରି ମନୋଜଙ୍କ ଘର ଉପରକୁ ଫୋପାଡ଼ିବା ପରେ ସେ ସ୍ଥାନରୁ ଫେରାର ହୋଇଯାଇଥିଲେ । ସୌଭାଗ୍ୟ ବଶତଃ ଏହି ବୋମାମାଡରେ କାହାର କିଛି କ୍ଷତି ହୋଇନାହିଁ । ଦୁର୍ବୃତ୍ତଙ୍କ ଏହି ବୋମାମାଡ଼ ଦୃଶ୍ୟ ସିସିଟିଭିରେ କଏଦ ହୋଇଯାଇଛି । ଘଟଣାସ୍ଥଳରେ ତମାଣ୍ଡୋ ଥାନା ପୋଲିସ ପହଞ୍ଚି ୩ଟି ବୋମା ଜବତ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ଟେର ପାଇପାରିନାହିଁ । ପୂର୍ବ ଶତୃତାକୁ ନେଇ ବୋମାମାଡ ହୋଇଥିବା ପୋଲିସ ସନ୍ଦେହ କରି ତଦନ୍ତ ଚଲାଇଛି ।

Loading...

Leave A Reply

Your email address will not be published.