ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଜମି ହଡ଼ପ ମାମଲା

0 942

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମି ବିବାଦରେ ଛନ୍ଦି ହୋଇପଡିଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା । ହରିୟାଣାର ପଞ୍ଚକୁଲାଠାରେ ଥିବା ଏକ ଇନଷ୍ଟିଚ୍ୟୁସନାଲ୍‌ ପ୍ଲଟକୁ ବେଆଇନ ଭାବେ ‘ନାଶନାଲ୍‌ ହେରାଲଡ’ ସମ୍ବାଦପତ୍ରର ପ୍ରକାଶନ ସଂସ୍ଥା ‘ଆସୋସିଏଟେଡ୍‌ ଜର୍ଣ୍ଣାଲ୍ସ ଲିଃ(ଏଜେଏଲ)’ ଆବଣ୍ଟନ କରି ଫସିଛନ୍ତି ଭୁପିନ୍ଦର । ଶନିବାର ତାଙ୍କ ନାଁରେ ସିବିଆଇ ଚାର୍ଜସିଟ୍‌ ଦାଖଲ କରିଛି । ଭୁପିନ୍ଦରଙ୍କ ସହ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ନାଁରେ ମଧ୍ୟ ସିବିଆଇ ଚାର୍ଜସିଟ୍‌ ଦାଖଲ କରିଛି । ଏଭଳି ବେଆଇନ ଜମି ଆବଣ୍ଟନ କରାଯାଇଥିବାରୁ ପ୍ରାୟ ୬୭ଲକ୍ଷ ଟଙ୍କା କ୍ଷତି ହୋଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଭୁପିନ୍ଦର ହୁଡ୍ଡା ହରିୟାଣ ଅର୍ବାନ ଡେଭଲୋପମେଣ୍ଟ ଅଥରିଟିର ଅଧ୍ୟକ୍ଷ ଓ ମୋତିଲାଲ ଭୋରା ଆସୋସିଏଟେଡ୍‌ ଜର୍ଣ୍ଣାଲ୍ସ ଲିଃ. ଅଧ୍ୟକ୍ଷ ରହିଥିଲେ । ୧୯୮୨ରେ ପଞ୍ଚକୁଲା ପ୍ଲଟ ଆବଣ୍ଟିତ ହୋଇଥିଲା । ଏହି ପ୍ଲଟ ଉପରେ ୧୯୯୨ ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିଲା । ହୁଡ୍ଡା ଏହି ପ୍ଲଟକୁ ନିଜ କବଜାକୁ ନେଇଥିଲେ । ୨୦୦୫ ଏଜେଏଲକୁ ଉକ୍ତ ପ୍ଲଟ ପୁଣି ଥରେ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ଆବଣ୍ଟିତ କରାଯାଇଥିଲା । ୧୯୮୨ ଓ ୨୦୦୫ ସରକାରୀ ମୂଲ୍ୟରେ ପ୍ରଭେଦ ଥିବା ସତ୍ତ୍ୱେ କଂଗ୍ରେସ ନିୟନ୍ତ୍ରିତ ସଂସ୍ଥାକୁ ହୁଡ୍ଡା କମ୍‌ ମୂଲ୍ୟରେ ପ୍ରଦାନ କରିଥିଲେ ।

Loading...

Leave A Reply

Your email address will not be published.