ଆଇ.ଏ.ଏସ. ସ୍ତରରେ ଅଦଳବଦଳ ନିର୍ବାଚନ ପ୍ରସ୍ତୁତି ର ସଂକେତ

0 771

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ନିର୍ବାଚନ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତକାଲି ଆଇ.ଏ.ଏସ. ସ୍ତରରେ ଅଦଳବଦଳ କରିଛନ୍ତି ।୧୯୯୩ ବ୍ୟାଚ ଆଇଏଏସ ଅଶୋକ କୁମାର ମୀନା ଙ୍କୁ ଅର୍ଥ ବିଭାଗର ନୂଆ ପ୍ରମୁଖ ସଚିବ କରାଯାଇଥିବାବେଳେ ରାଜ୍ୟ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ନୂଆଦିଲ୍ଲୀସ୍ଥିତ ପ୍ରମୁଖ ଆବାସିକ କମିଶନର ଭାବେ ବଦଳି କରାଯାଇଛି । ପୂର୍ବରୁ ଶ୍ରୀ ମୀନା ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ରହିବ ସହ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିଲେ।

ସେହିପରି ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଦେବେନ୍ଦ୍ର କୁମାର ଜେନାଙ୍କୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ୨୦୦୨ ବ୍ୟାଚ୍ ଆଇଏଏସ ତଥା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏସ୍.ଏନ୍ ଗିରୀଶଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି।

ସୂଚନା ଅନୁଯାୟୀ, ଅର୍ଥ ସଚିବ ଶ୍ରୀ ତୁହିନକାନ୍ତ ପାଣ୍ଡେ ଗତ ମାସରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ସରକାରଙ୍କ ପାଖରେ ଆବେଦନ କରିଥିଲେ ।

Loading...

Leave A Reply

Your email address will not be published.