ହାତୀ ମୃତ୍ୟୁ ର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ, ୫ ଜଣିଆ ଟିମ୍ ଗଲେ ଢେଙ୍କାନାଳ

0 751

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଢେଙ୍କାନାଳ ଜିଲ୍ଲାର କମଳାଙ୍ଗଠାରେ ୮ ଫୁଟ ଉଚ୍ଚରେ ବିଲ ମଝିରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ଟି ହାତୀର ମୃତ୍ୟୁ ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ଗୁରୁତର ସହ ନେବାସହ ଏହାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚ କୁ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର କମଳାଙ୍ଗଠାରେ ଗତକାଲି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୁତ୍ଯୁବରଣ କରିଥିବା ନିରୀହ ୭ଟି ହାତୀଙ୍କ ମୃତ୍ୟୁ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ଗୁରୁତର ସହ ନେବା ସହ କେଉଁ ପରିସ୍ଥିତିରେ ହାତୀଙ୍କର ମୃତ୍ୟୁ ଘଟିଛି ଓ ଏଥିପାଇଁ କିଏ ଦାଇ ତାହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ତଦନ୍ତ ନିର୍ଦ୍ଦେଶ ପରେ ଡ଼ିଏସପି ଙ୍କ ନେତୃତ୍ୱରେ ୫ ଜଣିଆ ଟିମ ଢେଙ୍କାନାଳ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଏହି ହାତୀ ମୃତ୍ୟୁ ଘଟଣା ପରେ ବନ ବିଭାଗ ମେରାମଣ୍ଡଳି ସେସନ ଫରେଷ୍ଟର ପ୍ରଭାକର ରଣା, ଫରେଷ୍ଟଗାର୍ଡ ଗିରିଶ ଚନ୍ଦ୍ର ଦେହୁରୀ ଓ ଢେଙ୍କାନାଳ ରେଞ୍ଜ ଅଫିସର ପ୍ରସନ୍ନ ବିଶ୍ୱାଳ ତିନି ଅଧିକାରୀଙ୍କୁ ନିଲମ୍ବିତ କରିଛି । ସେହିପରି ସେସୁ ଅଧିକାରୀଙ୍କ ବିରୋଧରେ ଶକ୍ତି ବିଭାଗ ପଦକ୍ଷେପ ନେବାପାଇଁ ପିସିସିଏଫ୍ ୱାଇଲ୍ଡ ଲାଇଫ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ପରେ ସେସୁର ସୁପରିଟେଣ୍ଡେଂଟ୍ ଇଂଜିନିୟର ନରେଶ ଚନ୍ଦ୍ର ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଆର୍ତତ୍ରାଣ ନାୟକ, ମେରାମଣ୍ଡଳୀ ଲାଇନମ୍ୟାନ୍ ଫିରୋଜ ପଣ୍ଡାଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।

ସୂଚନା ଅନୁସାରେ ଶନିବାର ସକାଳେ ୫ ଟି ମାଇ ହାତୀ, ଗୋଟିଏ ଛୁଆ ଓ ଗୋଟିଏ ଦନ୍ତା ହାତୀ ଏକ ହାତୀ ପଲଙ୍କ ସହ ଢେଙ୍କାନାଳ ଜିଲ୍ଲାର କମଳାଙ୍ଗଠାରେ ଏକ ଖାଦ୍ୟ ଅନ୍ୱେଷଣ ରେ ବିଲ ପାରି ହେଉଥିବା ସମୟରେ ୮ଫୁଟ ଉଚ୍ଚରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୁତ୍ଯୁବରଣ କରିଥିଲେ । ଏହି ହାତୀ ମୃତ୍ୟୁ ପାଇଁ ସେସୁ କୁ ଦାୟୀ କରିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।

Loading...

Leave A Reply

Your email address will not be published.