ନକଲି ପୋଲିସ ଗିରଫ, ହୋମଗାର୍ଡ ଚାକିରି କରାଇ ଦେବାକୁ କହି ଲୁଟୁଥିଲେ

0 816

ଓଡିଶା ଫାଷ୍ଟ (ବ୍ୟୁରୋ): ପୋଲିସ ପରିଚୟ ଦେଇ ଲୋକଙ୍କୁ ଭୁଆଁ ବୁଲାଇବା ସହ ଥାନାରେ ଚାକିରି କରାଇ ଦେବାକୁ କହି ବେକାର ଯୁବକଙ୍କୁ ଲୁଟୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ପୋଲିସ । ସେ ହେଲେ ଅନୁଗୋଳ ଜିଲ୍ଲା ଆଙ୍କୁଲା ଗ୍ରାମର ସମୀର ସାହୁ ।

ସମୀର ଢେଙ୍କାନାଳ ସଦର ଥାନାରେ ପୋଲିସ ଅଧିକାରୀ ଭାବେ ଚାକିରି କରୁଥିବା କହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ । ଏଥିସହ ହୋମଗାର୍ଡ ଚାକିରି କରାଇ ଦେବାକୁ କହି ଧଳପୁର ଗ୍ରାମର ଗୁରୁଚରଣ ମହାଭୋଇ, ବିଶ୍ୱନାଥ ଶତପଥୀ, ଗଉଡ଼ପଶି ଗ୍ରାମର ସିପୁନ ନାୟକଙ୍କଠାରୁ ୧୫ ହଜାର ଲେଖାଏଁ ଦାବି କରିଥିଲେ । ସିପନ ନାୟକ ତାଙ୍କୁ ୧୫ ହଜାର ଟଙ୍କା ମଧ୍ୟ ଦେଇଥିଲେ । ଗତ ୨୫ ତାରିଖରେ ଗୁରୁଚରଣ ଓ ବିଶ୍ୱନାଥଙ୍କୁ ନିଯୁକ୍ତି ପତ୍ର ଦେବେ ବୋଲି କହି ସ୍ଥାନୀୟ ଗୁଡ଼ିଆକାଟେଣୀକୁ ଡାକିଥିଲେ । ସେମାନଙ୍କୁ ଭେଟିବା ପରେ ନିଜ ଭଙ୍ଗା ବାଇକ୍‌ ସେଠାରେ ରଖି ନିଯୁକ୍ତି ପତ୍ର ଆଣିବାକୁ ଯିବା ନାଁରେ ଗୁରୁଚରଣଙ୍କ ବାଇକ୍‌ ଓ ବିଶ୍ୱନାଥଙ୍କ ମୋବାଇଲ ନେଇ ଫେରାର ହୋଇଯାଇଥିଲେ । କିଛି ସମୟ ସେମାନେ ସେଠାରେ ଅପେକ୍ଷା କରିଥିଲେ ହେଁ ସମୀର ନଫେରିବାରୁ ଏ ନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ । ତେବେ ଗୁଡିଆକାଟେଣୀ ଛକରେ ସମୀର ବୁଲୁଥିବା ସୂଚନା ପାଇ ପୋଲିସ ତାଙ୍କୁ ଗିରଫ କରିଛି । ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଦୁଇଟି ବାଇକ (ନଂ.-ଓଡି-୧୯-ଏଲ-୨୯୮୬), (ନଂ.-ଓଡି-୦୬- ଜି-୩୯୬୪) ପୋଲିସ ଜବତ କରବା ସହ ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Loading...

Leave A Reply

Your email address will not be published.