ଦିଲ୍ଲୀ ସରକାରଙ୍କୁ ଏନ୍‌ଜିଟି ଝଟ୍‌କା, ଗଣିବେ ୨୫ କୋଟି ଜରିମାନା

0 831

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ବେଳେ ରାଜଧାନୀର କେତେକ ସ୍ଥାନରେ ଲୋକେ ଶୁଦ୍ଧ ବାୟୁ ପ୍ୟକେଟ୍‌ ମଧ୍ୟ କିଣି ବ୍ୟବହାର କରୁଥିବା ଦେଖାଯାଇଛି । ତେବେ ବଢୁଥିବା ପ୍ରଦୂଷଣକୁ କମାଇ ନ ପାରିବାରୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଦିଲ୍ଲୀ ସରକାରଙ୍କ ଉପରେ ୨୫ କୋଟି ଟଙ୍କା ଜରିମାନା ଲଗାଇଛନ୍ତି । ଏହି ଅର୍ଥ ସରକାରୀ କର୍ମଚାରୀଙ୍କ ଦରମାରୁ ଆଦାୟ କରାଯିବ । ଯଦି ଏକକାଳୀନ ଏହି ଅର୍ଥ ସରକାର ପଇଠ ନ କରିପାରନ୍ତି ତେବେ ମାସକୁ ୧୦ କୋଟି ଲେଖାଏଁ ପୈଠ କରିପାରିବେ ବୋଲି ଏନ୍‌ଜିଟି ପକ୍ଷରୁ କୁହାଯାଇଛି । ପ୍ରଦୂଷଣ ନେଇ ଦାଖଲ କରାଯାଇଥିବା କେତେଗୁଡିଏ ଆବେଦନ ମଧ୍ୟରୁ ସୋମବାର ଯେଉଁ ଆବେଦନର ଶୁଣାଣି ହୋଇଛି ସେଥିରେ ଏନ୍‌ଜିଟି ଏହି ନିର୍ଦ୍ଦେଶ ଦେଇଛନ୍ତି । 

ସୂଚନା ଅନୁଯାୟୀ, ଗତ ଅକ୍ଟୋବରରେ ମଧ୍ୟ ପ୍ରଦୂଷଣ ବଢାଉଥିବା ଉଦ୍ୟୋଗ ଗୁଡିକ ଉପରେ ଦିଲ୍ଲୀ ସରକାର ନିୟନ୍ତ୍ରଣ ନ ରଖି ପାରିବାରୁ ୫୦କୋଟି ଟଙ୍କା ଜରିମାନା ଦେବା ଲାଗି ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ ।

Loading...

Leave A Reply

Your email address will not be published.