ଶୌଚାଳୟରୁ ଅଭିଯୁକ୍ତର ଝୁଲନ୍ତା ମୃତଦେହ ଉଦ୍ଧାର

0 794

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶୌଚାଳୟରେ ଜୟ ଲାକ୍ରା ନାମକ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ରାଜଗାଙ୍ଗପୁର ବ୍ଲକ୍ ଅନ୍ତର୍ଗତ ରାଇକାକଚ୍ଛର ଗାଁର ଜୟ ଲାକ୍ରା କୁନମୁର ପଞ୍ଚାୟତରେ ସହାୟକ ବ୍ୟାଙ୍କର ଏଜେଣ୍ଟ ଭାବେ କାମ କରୁଥିଲେ । ଲୋକଙ୍କ ଟଙ୍କା କଲେକ୍ସନ କରି ବ୍ୟାଙ୍କରେ ଜମା ନ କରିବା ଅଭିଯୋଗରେ ପୋଲିସ ତାଙ୍କୁ ତିନି ଦିନ ହେଲା ଥାନାରେ ରଖି ପଚରାଉଚରା କରୁଥିଲା । ମାତ୍ର ଗତକାଲି ସନ୍ଧ୍ୟାରେ ଜୟଙ୍କୁ ଝୁଲନ୍ତା ଅବସ୍ଥାରେ ଥାନା ଶୌଚାଳୟରୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ତୁରନ୍ତ ରାଜଗାଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣାକୁ ନେଇ ଥାନା ପରିସରରେ ଉତ୍ତେଜନା ଦେଖା ଦେଇଥିବାରୁ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଜୟର ମୃତଦେହକୁ ରାଜଗାଙ୍ଗପୁର ଡାକ୍ତରଖାନାରେ ରଖାଯାଇଛି । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓ ରେକର୍ଡିଂ କରାଯାଇ ଏହାର ବ୍ୟବଚ୍ଛେଦ କରାଯିବ।

Loading...

Leave A Reply

Your email address will not be published.