ଦୁଇ ଭାଗ ହେଲା ହାଇକୋର୍ଟ ବାର ଆସୋସିଏସନ, ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି

0 570

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨ମାସ ହାଇକୋର୍ଟ ବାର ଆସୋସିଏସନର ଆନ୍ଦୋଳନ ପରେ ବିଜେଡି ଲିଗାଲ ସେଲ୍ କାଲି ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତ୍ତି ନେଇଥିଲା । ଯାହା ଫଳରେ ହାଇକୋର୍ଟ ବାର ଆସୋସିଏସନ ଦୁଇ ଭାଗ ହୋଇଯାଇଛି । ଆଜି ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଆଇନଜୀବୀ ମାନେ କାର୍ଯ୍ୟରେ ଯୋଗଦେବାକୁ ହାଇକୋର୍ଟରେ ପ୍ରବେଶ କରିବା ସମୟରେ ବାର ଆସୋସିଏସନର ଅନ୍ୟ ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ । ତେଣୁ ହାଇକୋର୍ଟ ମୁଖ୍ୟଗେଟ ନିକଟରେ ଉଭୟ ଗୋଷ୍ଠିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ଅପ୍ରୀତିକର ପରିସ୍ଥିତି କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ହାଇକୋର୍ଟ ନିକଟରେ ମୁତୟନ କରାଯାଇଥିଲା ।ହାଇକୋର୍ଟରେ ଏଭଳି ସ୍ଥିତିକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । କଟକରେ ଜଣେ ଆଇନଜୀବୀଙ୍କୁ ପୋଲିସର ମାଡ ଘଟଣାକୁ ନେଇ ବାର ଆସୋସିଏସନ ଗତ ୨ ମାସଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲା ।

କେବଳ କଟକ ନୁହେଁ ଭୁବନେଶ୍ୱର, ବାଲେଶ୍ଵର ଓ ଅନ୍ୟାନ୍ୟ କୋର୍ଟ ସମ୍ମୁଖ ମଧ୍ୟ ଓକିଲଙ୍କ ଆନ୍ଦୋଳନ ଜୋରଦାର ହେବା ଦେଖିବାକୁ ମିଳିଥିଲା । ଫଳରେ କୋର୍ଟରେ ସମସ୍ତ କାମ ଠପ୍ ହୋଇଯାଇଛି । କଏଦୀ ମାନଙ୍କୁ ଜାମିନ ନ ମିଳିବାରୁ ରାଜ୍ୟର ବିଭିନ୍ନ ଜେଲଗୁଡିକରେ କଏଦୀ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଆଜି ଏହି ଆନ୍ଦୋଳନ ଉତ୍ତେଜନାମୂଳକ ମୋଡ ନେଇଛି ।

Loading...

Leave A Reply

Your email address will not be published.