ଏଲ୍‌ଇଡି ଲାଇଟ୍‌ରେ ଆଲୋକିତ ହେବ ସବୁ ପୌରାଞ୍ଚଳ

0 374

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ମେ’ ସୁଦ୍ଧା ରାଜ୍ୟର ୧୧୩ଟି ପୌରାଞ୍ଚଳକୁ ଏଲ୍‌ଇଡି ଦ୍ୱରା ଆଲୋକିତ କରାଯିବ। ପରବର୍ତ୍ତୀ ସମୟରେ ଏହି ସୁବିଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ଏକ ଏମଓୟୁ ସ୍ବାକ୍ଷର କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୧୧୩ ପୌରାଞ୍ଚଳ ପାଇଁ ୬୧,୦୦୦ରୁ ଊର୍ଦ୍ଧ୍ୱ ସ୍ମାର୍ଟ ଏଲଇଡିର ଆବଶ୍ୟକତା ପଡିବ ବୋଲି ଆକଳନ କରାଯାଇଛି ।

ରାଜଧାନୀସ୍ଥିତ ଏକ ଘରୋଇ ହୋଟେଲରେ ନଗର ଉନ୍ନୟନ ବିଭାଗ, ପୌରସଂସ୍ଥା ଏବଂ ଏଲଇଡି ଲଗାଉଥିବା ସଂସ୍ଥା ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି । ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଭାଗୀୟ ସଚିବ ଜି. ମାଥିଭାଥନନ, ବିଭାଗୀୟ ସ୍ବତନ୍ତ୍ର ସଚିବ ପ୍ରେମ କୁମାର ଝା ଏବଂ ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ପୌରାଞ୍ଚଳକୁ ୫ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । କ୍ଲଷ୍ଟର ‘କ’ ଓ ‘ଖ’ରେ ବମ୍ବେର କମ୍ପ୍ରଟନ ଗ୍ରିପସ, କ୍ଲଷ୍ଟର ‘ଗ’ରେ ନୂଆଦିଲ୍ଲୀର ସୂର୍ଯ୍ୟା ରୋଶନୀ, କ୍ଲଷ୍ଟର ‘ଘ’ ଏବଂ ‘ଙ’ରେ ନାସିକ ର ଆକାଂକ୍ଷା ପାୱାର ଏଣ୍ଡ ଇନ୍‌ଫ୍ରାଷ୍ଟକଚର ଲିଃ ଏଲଇଡି ଲାଇଟ ଲଗାଇବ ବୋଲି ଜଣାପଡିଛି।  

Loading...

Leave A Reply

Your email address will not be published.