ମଧ୍ୟାହ୍ନ ଭୋଜନ ଅନ୍ ଲାଇନ ତଦାରଖରେ ଅବହେଳା: ୬ ରାଜ୍ୟକୁ ଆର୍ଥିକ ଦଣ୍ଡାଦେଶ

0 328

ଓଡିଶାଫାଷ୍ଟ (ବ୍ୟୁରୋ)- ମଧ୍ୟାହ୍ନଭୋଜନ ଗାଇଡଲାଇନ୍ସ ଉଲ୍ଲଂଘନ ପାଇଁ ଓଡିଶା ସମେତ ୬ଟି ରାଜ୍ୟକୁ ସୁପ୍ରିମକୋର୍ଟ ମଙ୍ଗଳବାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଦିଲ୍ଲୀ,  ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ମେଘାଳୟ, ଓଡ଼ିଶା ଏବଂ ଜମ୍ମୁ-କଶ୍ମୀର ଉପରେ ଏହି ଜରିମାନା ଲାଗୁ କରାଯାଇଛି। ସବୁ ରାଜ୍ୟ ଉପରେ ଏକ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଥିବାବେଳେ ଦିଲ୍ଲୀ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି।  ସରକାରୀ ବିଦ୍ୟାଳୟଗୁଡିକରେ ମଧ୍ୟାହ୍ନଭୋଜନ ଯୋଜନାର କାର୍ଯ୍ୟକାରିତା ଏବଂ ଏହା କେତେ ସ୍ବାସ୍ଥ୍ୟପ୍ରଦ ତାହା ଅନୁଧ୍ୟାନ ଲାଗି ଥିବା ଚାର୍ଟ ସହ ଅନ୍‌ଲାଇନ୍‌ ଲିଙ୍କ୍‌ କରିବାରେ ବିଫଳ ହୋଇଥିବାରୁ ଉପରୋକ୍ତ ରାଜ୍ୟଗୁଡିକୁ ଦଣ୍ଡିତ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ  ପାଳନ ହେଉ ନ ଥିବାରୁ ଜଷ୍ଟିସ୍‌ ମଦନ ବି. ଲୋକୁର, ଦୀପକ ଗୁପ୍ତା ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିବା ସହ ୪ ସପ୍ତାହ ମଧ୍ୟରେ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।   

  ବିଦ୍ୟାଳୟଗୁଡିକରେ ମଧ୍ୟାହ୍ନଭୋଜନ ପ୍ରସଙ୍ଗରେ ଅନ୍ତଃରାଷ୍ଟ୍ରୀୟ ମାନବ ଅଧିକାର ନିଗରାନି ନାମକ ଏନ୍‌ଜିଓ ପକ୍ଷରୁ ୨୦୧୩ରେ ଦାଖଲ ପିଟିଶନ୍‌ର ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ତଦାରଖ ଏବଂ ଉପଯୁକ୍ତ ଭିତ୍ତିଭୂମି ଅଭାବରୁ ଅନେକ ସମୟରେ ଖାଦ୍ୟ ବିଷାକ୍ତୀକରଣ ଏବଂ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିବା ପିଟିଶନ୍‌ରେ ଦର୍ଶାଯାଇଥିଲା।

Loading...

Leave A Reply

Your email address will not be published.