ଭାରତର ପ୍ରଥମ ମହିଳା ବକ୍ସର ଭାବେ ୬ ଥର ବିଶ୍ୱ ଚାମ୍ପିୟନଶିପ ଟାଇଟଲ ଜିତିଲେ ମେରୀକମ୍‌

0 494

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ପ୍ରଥମ ମହିଳା ବକ୍ସର ଭାବେ ୬ ଥର ବିଶ୍ୱ ଚାମ୍ପିୟନଶିପ ଟାଇଟଲ ଜିତି ରେକର୍ଡ କରିଛନ୍ତି ଏମ୍‌.ସି. ମେରୀକମ୍‌। ନୂଆଦିଲ୍ଲୀର କେଡି ଯାଦବ ଇନ୍‌ଡୋର ଷ୍ଟାଡିୟମ୍‌ରେ ଶନିବାର ଅନୁଷ୍ଠିତ ୪୮ କିଗ୍ରା ବର୍ଗର ଫାଇନାଲରେ ମେରୀକମ୍‌ ୟୁକ୍ରେନର ହାନ୍ନା ଓଖୋଟାଙ୍କୁ ହରାଇ ଏହି ଐତିହାସିକ ସଫଳତା ପାଇଛନ୍ତି । ମେରିକମ୍ ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନ୍ସିପ୍ ସେମିଫାଇନାଲ ରେ ଗୁରୁବାର ଉତ୍ତର କୋରିଆର କିମ୍ ହୟାଙ୍ଗ୍ ମିଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ସେ ପୂର୍ବରୁ ୫ ଥର ସ୍ୱର୍ଣ୍ଣ ଜିତି ଉତ୍ତର ଆୟରଲ୍ୟାଣ୍ଡର କେଟି ଟେଲରଙ୍କ ସମକକ୍ଷ ହୋଇଥିଲେ ।

ସୂଚନା ଅନୁଯାୟୀ, ୨୦୦୨ରେ ମେରିକମ୍ ମହିଳା ବିଶ୍ୱ ଚାମ୍ପିୟନ୍‌ଶିପ୍ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ହାସଲ କରିଥିଲେ । ଏହାପରେ ୨୦୦୫, ୨୦୦୬, ୨୦୦୮ ଏବଂ ୨୦୧୦ରେ ମଧ୍ୟ ସମାନ ସଫଳତା ହାସଲ କରିଥିଲେ । ମେରିକମଙ୍କ ଜୀବନୀ ଉପରେ ଏକ ବଲିଉଡ ଫିଲ୍ମ ମଧ୍ୟ ନିର୍ମିତ ହୋଇସାରିଛି । ଯେଉଁଥିରେ ପ୍ରିୟଙ୍କା ଚୋପ୍ରାଙ୍କୁ ମେରିକମଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା ।

Loading...

Leave A Reply

Your email address will not be published.