ଫେବୃୟାରୀ ୨୨ରୁ ମାଟ୍ରିକ ପରୀକ୍ଷା

0 383

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବୃୟାରୀ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ଶେଷ ହେବ । ଏ ନେଇ ଶୁକ୍ରବାର ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ସେହିପରି ମଧ୍ୟମା ପରୀକ୍ଷା ୨୨ରୁ ଆରମ୍ଭ ହୋଇ ୨ ତାରିଖ ଓ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ମାର୍ଚ୍ଚ ୬ ତାରିଖରେ ସରିବ । ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି ।

ପରୀକ୍ଷାର ପ୍ରଥମ ଦିନ ପ୍ରଥମ ଭାଷା ଓ ସାହିତ୍ୟ, ୨୫ରେ ଇଂରାଜୀ, ୨୭ରେ ହିନ୍ଦୀ ଓ ୨୮ରେ ସଂସ୍କୃତ ପରୀକ୍ଷା ହେବ । ସେହିପରି ମାର୍ଚ୍ଚ ୨ରେ ଗଣିତ, ୬ ତାରିଖରେ ସାଧାରଣ ବିଜ୍ଞାନ, ୮ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ହାଇସ୍କୁଲ ପରୀକ୍ଷା ସକାଳ ୯ ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ହେବ ।

Loading...

Leave A Reply

Your email address will not be published.