ଆରମ୍ଭ ହେଲା ମୋ ବାଇକ ସେବା

0 205

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଣିକି ରାଜଧାନୀରେ ଗଡ଼ିବ ମୋ ବାଇକ । ମୋ ସାଇକେଲ ଓ ମୋ ବସ ସେବା ପରେ ଏବେ ପରିବହନ ବିଭାଗ ପକ୍ଷରୁ ଚନ୍ଦ୍ରଶେଖରପୁର ଟ୍ରାଫିକ ଟ୍ରେନିଂ ସ୍କୁଲରୁ ମୋ ବାଇକ ସେବାର ଶୁଭାରମ୍ଭ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ଏକ ଘରୋଇ ସଂସ୍ଥା ‘ଡ୍ରପ ୟୁ’ ସହିତ ମିଶି ପରିବହନ ବିଭାଗ ‘ମୋ ବାଇକ’ ସେବା ଆରମ୍ଭ କରିଛି । ଏହି ଯୋଜନା ଦ୍ୱାରା ଖୁବ କମ ଟଙ୍କାରେ ବାଇକ ଭଡାରେ ନେଇ ଭୁବନେଶ୍ୱର ର ଯେକୌଣସି ସ୍ଥାନକୁ ଯାଇପାରିବେ । ଏପରିକି ପୁରୀ ପର୍ଯ୍ୟନ୍ତ ମଧ୍ୟ ଏହାକୁ ସାଧାରଣ ଲୋକ ଭଡାରେ ନେଇ ପାରିବେ । ପରିବହନ ବିଭାଗର ଏଭଳି ପଦକ୍ଷେପ କୁ ସବୁ ମହଲରୁ ସ୍ୱାଗତ କରାଯାଇଛି । ଏହାଦ୍ୱାରା ସହରରେ ଅଟୋ ଚାଳକଙ୍କ ପ୍ରାଦୁର୍ଭାବ କମିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.