ଚାଲିଗଲେ ନିକିତା, ଓଲିଉଡ ଜଗତରେ ଶୋକର ଛାୟା

0 480


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ କଳାକାରଙ୍କ ପାଇଁ ଅନେକ ଦୁଃଖଦ ଖବର ଆଣିଛି । ବର୍ଷ ଆରମ୍ଭ ରୁ ବଲିଉଡ ର ଭେଟେରାନ ଆକଟର କାଦର ଖାନ କୁ ହରାଇଥିଲା ଫିଲ୍ମ ଇଣ୍ଡଷ୍ଟ୍ରି । ଏହି ପରି କିଛି ଦୁଃଖଦ ଖବରୁ ବର୍ତ୍ତି ପାରିନାହିଁ ଓଡିଶା । ଗତ ଦୁଇଦିନ ତଳେ ଓଡିଆ  ଆଲବମ୍ ନାୟିକା ସିମରନଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଚର୍ଚ୍ଚିତ ନାୟିକାଙ୍କ ମୃତ୍ୟୁ ଖବର ସମ୍ନାକୁ ଆସିଛି । ସେ ହେଉଛନ୍ତି ଓଡ଼ିଆ ଧାରାବାହୀକରେ ଅଭିନୟ କରୁଥିବା ନିକିତା । ସେ ଅନେକ ଓଡ଼ିଆ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ନିକିତାଙ୍କ ମୃତ୍ୟୁ ଖବର ପ୍ରଚାର ହେବାପରେ ସମଗ୍ର ଓଡ଼ିଶା ସିନେ ପ୍ରେମୀଙ୍କ ଓ ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ସୂଚନା ଅନୁଯାୟୀ, ନିକିତା ତାଙ୍କ କଟକ ସ୍ଥିତ ଘରେ ଖସିପଡିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କର ଏକ ଘରୋଇ ହସପିଟାଲରେ ଚିକିତ୍ସା କରାଯାଉଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଓଡ଼ିଆ ଧାରାବାହିକ ଓ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ ଥିଲେ ନିକିତା । ଏସିପି ନିକିତା ଭଳି ଧାରାବାହିକ ଓ ଚୋରି ଚୋରି ମନ ଚୋରି, ଆଖି ଖୋଲିବାକୁ ଡର ଲାଗୁଛି,ମାଆର ପଣତକାନି ଭଳି ସିନେମାରେ ସେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ।

Loading...

Leave A Reply

Your email address will not be published.