ଗଣତନ୍ତ୍ର ଦିବସ ପ୍ୟାରେଡରୁ ବାଦ୍‌ ପଡ଼ିଲା ଓଡ଼ିଶା ମେଢ଼

0 324

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡରେ ଦିଲ୍ଲୀ ରାଜପଥରେ ଦେଖାଯିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ମେଢ଼ ଚୟନକୁ ନେଇ ଗଠିତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ବିଶେଷଜ୍ଞ କମିଟି ନିକଟରେ ଓଡ଼ିଶା ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳି ନଥିବା ଜଣାପଡିଛି । ଆସନ୍ତା ଜାନୁୟାରୀ ୨୬ ପ୍ୟାରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୫ଟି ପ୍ରସ୍ତାବ ଦିଆଯାଇଥିଲା । ଗାନ୍ଧୀ କନେକ୍ଟ ଆଧାରିତ ପ୍ରଜ୍ଞାପନ ମେଢ଼ ପ୍ରସ୍ତାବ ପଠାଇବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା । ଗାନ୍ଧୀଙ୍କ ଜୀବନ ଉପରେ ଆଧାରିତ ୫ଟି ମେଢ଼ ଓଡ଼ିଶା ପକ୍ଷରୁ ପଠାଯାଇଥିବା ବେଳେ ବିଶେଷଜ୍ଞ କମିଟିର ପ୍ରଥମ ବୈଠକରେ ଆଲୋଚନା ପରେ ଏହାକୁ ବାଦ୍‌ ଦିଆଯାଇଛି ।

ସୂଚନା ଅନୁଯାୟୀ, ଏବର୍ଷ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଆସାମ, କେରଳର ପ୍ରଜ୍ଞାପନ ମେଢ଼ ମଧ୍ୟ ଚୟନ କରାଯାଇନଥିବା ଜଣାପଡିଛି ।

Leave A Reply

Your email address will not be published.