କଳିଙ୍ଗ ଷ୍ଟାଡିୟମରେ ମନ ଜିଣୁଛି ପୋଲିସ ଷ୍ଟଲ

0 502





ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱକପ ପୁରୁଷ ହକି ଉପଲକ୍ଷେ ଓଡ଼ିଶା ପୋଲିସ ତରଫରୁ କଳିଙ୍ଗ ଷ୍ଟାଡିୟମରେ ପୋଲିସ ମହାନିର୍ଦ୍ଦେଶ ରାଜେନ୍ଦ୍ର ପ୍ରସାଦ ଶର୍ମା ଫ୍ୟାନ କର୍ଣ୍ଣର ରେ ପୋଲିସ ଷ୍ଟଲର ଉଦଘାଟନ କରିଥିଲେ । ଏହି ଫ୍ୟାନ ଭିଲେଜ ରେ ଗତକାଲି ହକି ସମ୍ୱନ୍ଧୀୟ ଏକ କୁଇଜ ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି । କୁଇଜ ପ୍ରତିଯୋଗିତାରେ ଆୟୋଜକ ଙ୍କ ତରଫରୁ ବିଶ୍ୱକପ ହକି ସମ୍ୱନ୍ଧୀୟ ଛୋଟଛୋଟ ପ୍ରଶ୍ନ ପଚାରାଯାଇଥିଲା ବେଳେ ଏଥିରେ ଆମ ଦେଶର ବିଭିନ୍ନ ହକି ପ୍ରେମୀ ଙ୍କ ସହ ଅନ୍ୟ ଦେଶର ହକି ପ୍ରେମୀ ଭାଗ ନେଇଥିଲେ । ଏହି ପୋଲିସ ଷ୍ଟଲ ରେ ଓଡିଶା ପୋଲିସ ତରଫରୁ ଏକ ସଚେତନ ମୂଳକ ଫୋଟୋ ପ୍ରଦର୍ଶନୀ କରାଯାଇଥିବା ସହ ପୋଲିସ ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନୀ ମଧ୍ୟ ହୋଇଛି । ଏହି ପ୍ରତିଯୋଗିତା ରେ ପୋଲିସ ର ଅନ୍ୟ ବରିଷ୍ଠ ଅଧିକାରୀ ଯୋଗଦେଇ ଥିବା ବେଳେ ଶେଷରେ ୨୦ ଜଣ ବେଜେତା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି।

Loading...

Leave A Reply

Your email address will not be published.