ସିବିଆଇ ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଇବା ନେଇ ଦେଶବ୍ୟାପୀ କଂଗ୍ରେସର ବିରୋଧ ପ୍ରଦର୍ଶନ

0 184


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିବିଆଇରେ ଅନ୍ତଃକନ୍ଦଳ ଘଟଣାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ଘଟଣାରେ କେନ୍ଦ୍ର ସରକାର ଙ୍କୁ ଘେରିଛି ବିରୋଧୀ କଂଗ୍ରେସ । ଏହାକୁ ନେଇ ଦେଶବ୍ୟାପୀ ଵିରୋଧ ପ୍ରଦର୍ଶନ କରିଛି କଂଗ୍ରେସ ପାର୍ଟି । ରାଫେଲ ଡିଲ ନେଇ ତଦନ୍ତ କରିବାକୁ ଚାହୁଁଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଜବରଦସ୍ତି ଛୁଟିରେ ପଠାଇବା ଅଗଣତାନ୍ତ୍ରିକ ଓ ବେଆଇନ୍ କହି କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ କରିଛି । ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ଅଧିକାଂଶ ସହରରେ କଂଗ୍ରେସ ଆଜି ବିରୋଧ ପ୍ରଦର୍ଶନ କରିଛି ।


ଭୁବନେଶ୍ୱର ରେ ମଧ୍ୟ ସିବିଆଇ ଅଫିସ ସମ୍ମୁଖରେ ଏହି ବିରୋଧ ପ୍ରଦର୍ଶନ କରାଯାଇଛି । ଶତାଧିକ କଂଗ୍ରେସ କର୍ମୀ ଏହି ବିରୋଧରେ ସାମିଲ ହୋଇଥିଲେ । ସେମାନେ ପ୍ରଧାନମନ୍ତ୍ରୀ, ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫୋଟୋ ରେ କଳା ବୋଳି ଥିଲେ ।

ଅପରପକ୍ଷରେ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନିର୍ଦ୍ଦେଶ କ୍ରମେ ୨ ସପ୍ତାହ ମଧ୍ୟରେ ଏହି ମାମାଲର ଯାଞ୍ଚ କରିବ ସିଭିସି । ସୁପ୍ରିମକୋର୍ଟଙ୍କ ତଦାରଖ ରେ ଏହି ଯାଞ୍ଚ ହେବ । ୧୪ ଦିନ ମଧ୍ୟରେ ମାମଲାର ଯାଞ୍ଚ ଶେଷ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୨ରେ ହେବ ।

Loading...

Leave A Reply

Your email address will not be published.