୨୫ ରେ ଓଡ଼ିଶା ରେ ଦେଖିବାକୁ ମିଳିବ ରାହୁଲଙ୍କ ମ୍ୟାଜିକ

0 466

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେବଳ ମୋଦି, ଶାହା ନୁହନ୍ତି ରାହୁଲ ଙ୍କ ମ୍ୟାଜିକ ବି ଦେଖିବାକୁ ମିଳିବ ଓଡ଼ିଶାରେ । ତାହା ପୁଣି ଉପକୂଳ ଓଡ଼ିଶା ପାରାଦୀପ ଠାରେ । ସେଠାରେ ରାହୁଲ ସିଧାସଳଖ ଭେଟିବେ କର୍ମୀଙ୍କୁ । ମୋଦି ଜାନୁଆରୀ ମାସରେ ବର୍ତ୍ତମାନ ସୁଦ୍ଧା ଦୁଇ ଥର ଓଡ଼ିଶା ଗ୍ରସ୍ତରେ ଆସି ଅନେକ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଆଗକୁ ପୁଣି ଥରେ ମୋଦି ଓ ପରେ ଶାହା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେଣୁ ବିଜେପି କୁ ଓଡ଼ିଶାରେ ଟକ୍କର ଦେବାକୁ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମହିଳା କଂଗ୍ରେସ ର ଲଗାତାର ବିରୋଧ ଫଳରେ ରବିବାର କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେଇଛନ୍ତି । ଏହାପରେ କଂଗ୍ରେସ ଶିବିର ସାମାନ୍ୟ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରୁ ପିସିସି ସଭାପତି ନିରଞ୍ଜନ ନୂଆଦିଲ୍ଲୀ ଗ୍ରସ୍ତ କରିସାରିଛନ୍ତି । ଆଜି ପୂର୍ବାହ୍ନରେ କିଛି ବରିଷ୍ଠ ନେତା ଓ ରାହୁଲ ଗାନ୍ଧୀ ଙ୍କ ସହ ତାଙ୍କର ସ୍ୱଳ୍ପ ସମୟ ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ଆଉ ବୈଠକ ବେଳେ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକର କିଛି ସମୟ ପରେ ସ୍ଥାନୀୟ ଓଡ଼ିଆ ଗଣମାଧ୍ୟମକୁ ଭେଟି ନିରଞ୍ଜନ ରାହୁଲଙ୍କ ଓଡ଼ିଶା ଗ୍ରସ୍ତ ସମ୍ପର୍କରେ ସୂଚନା ଦେଇଥିଲେ । ଦିଲ୍ଲୀରେ ଦଳୀୟ ଚର୍ଚ୍ଚା ସହ କିଛି ବ୍ୟକ୍ତିଗତ ମାମଲାକୁ ନେଇ ନିରଞ୍ଜନ, ଜିତେନ୍ଦ୍ରଙ୍କ ସହ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.