ସାତକୋଶିଆରେ ଶିକାର ହୋଇଥିଲା ମହାବଳ

0 748

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଅନଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ‘ମହାବୀର’ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି । ବାରହା ଫାଶରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନଟିସିଏ)ର ଫରେଷ୍ଟ ଆଇଜି ଅମିତ ମଲ୍ଲିକ ଏବଂ ୱାଇଲ୍ଡଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର(ଡବ୍ଲ୍ୟୁଆଇଆଇ)ର କେ. ରମେଶ ବାଘ ମୃତ୍ୟୁର ତଦନ୍ତ କରି ଏନଟିସିଏ ଡିଜି ଅନୁପ କୁମାର ନାୟକଙ୍କୁ ଦେଇଥିବା ରିପୋର୍ଟରେ ଏହା ଦର୍ଶାଯାଇଛି । ରିପୋର୍ଟ ମିଳିବା ପରେ ବନ ବିଭାଗର ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଗତ ଜୁନ ୨୧ରେ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ‘ମହାବୀର’କୁ ସାତକୋଶିଆକୁ ଅଣାଯାଇଥିଲା । ନଭେମ୍ବର ୧୪ରେ ତାର ମୃତଦେହ ଠାବ କରାଯାଇଥିଲା । ତେବେ ବ୍ୟବଚ୍ଛେଦ ରିପୋର୍ଟରେ ମଲଟିପୁଲ ଅର୍ଗାନ ଫେଲୁଅର ଯୋଗୁଁ ମହାବୀରର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ବେକରେ ଥିବା ଆଘାତ ଅଧିକ ସଂକ୍ରମିତ ହେବାରୁ ଅର୍ଗାନ ଫେଲୁଅର ହୋଇଥିବା ବନ ବିଭାଗ ତରଫରୁ କୁହାଯାଇଥିଲା । ଏପରି କି ପେଟରୁ ଝିଙ୍କ କାଠି ବାହାରିଥିବାରୁ ଝିଙ୍କ ମାରି ଖାଇବା ଯୋଗୁଁ ବାଘର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା । ଏବେ ଏନଟିସିଏ ଏବଂ ଡବ୍ଲ୍ୟୁଆଇଆଇ ତଦନ୍ତ ରିପୋର୍ଟ ଅନୁଯାୟୀ, ବାରହା ଶିକାର ପାଇଁ ବସାଇଥିବା ଫାଶ ବା ଜାଲରେ ପଡ଼ି ବାଘଟିର ମୃତ୍ୟୁ ହୋଇଥିବା କୁହାଯାଇଛି ।

Loading...

Leave A Reply

Your email address will not be published.