ଅଭିନେତ୍ରୀ ଙ୍କ ଘରୁ ଚୋରି କରିଥିବା ଅଭିଯୁକ୍ତ କୁ ତାରକା ହୋଟେଲରୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ

0 1,581

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୪ମାସ ତଳେ ବଙ୍ଗୀୟ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କ ଘରୁ କରିଥିଲେ ଚୋରି । ଗତକାଲି ଗିରଫ ହେଲେ ଭୁବନେଶ୍ୱର ର ଏକ ତାରକା ହୋଟେଲରୁ ।

ସୂଚନା ଅନୁଯାୟୀ, ୪ ମାସ ତଳେ କଲିକତାରୁ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କ ଘରୁ ଲାପଟପ ଓ ଗହଣା ଚୋରି ହୋଇଥିଲା । ଏହାକୁ ନେଇ କଲିକତାରେ ଏତଲା ଦିଆଯାଇଥିଲା । ଅଭିନେତ୍ରୀ ଙ୍କ ଲାପଟପ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ଡାଟା ଥିବାରୁ ଏହାକୁ ପାଇବାପାଇଁ କଲିକତା ପୋଲିସ ଉପରେ ଚାପ ପଡିଥିଲା । ଯାହାକୁ ନେଇ ପୋଲିସ ତନାଘନା ଜରିରଖିଥିଲା । ସ୍ପେଶାଲ ସ୍କ୍ୱାର୍ଡ ବିଶେଷ ସୂତ୍ରରୁ ଖବରପାଇ ଭୁବନେଶ୍ୱର ର ଏକ ତାରକା ହୋଟେଲ ଉପରେ ଗତକାଲି ରାତିରେ ଚଢ଼ାଉ କରି ଅଭିଯୁକ୍ତ ବୋଧୀସତ୍ବ ଭଟ୍ଟାଚାର୍ଯ୍ଯଙ୍କୁ ଗିରଫ କରିଥିଲା । ଆଜି ଅଭିଯୁକ୍ତ କୁ କଲିକତା ପୋଲିସ କୁ ହସ୍ତାନ୍ତର କରିବ ସ୍ପେଶାଲ ସ୍କ୍ୱାର୍ଡ । ଏହା ପରେ କଲିକତା ପୋଲିସ ବୋଧୀସତ୍ବ ଭଟ୍ଟାଚାର୍ଯ୍ଯଙ୍କୁ ରିମାଣ୍ଡରେ ନେବ ।

Loading...

Leave A Reply

Your email address will not be published.