୨୦୧୯ରୁ ତୃତୀୟ ବିଶ୍ୱଯୁଦ୍ଧ !

0 893

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫ୍ରାନ୍ସ ପ୍ରସିଦ୍ଧ ଜ୍ୟୋତିଷ ମାଇକେଲ ନୋସ୍ତ୍ରଦମସ ୧୫୫୫ରେ ଏକ ପୁସ୍ତକ ରଚନା କରିଥିଲେ । ଏଥିରେ ଉଲ୍ଲେଖ ଥିବା ପ୍ରତିଟି ଉକ୍ତି ସତରେ ପରିଣତ ହୋଇଥିବା ବିଶ୍ୱାସ ରହିଛି। ଏହି ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ ମୁତାବକ ୨୦୧୯ରୁ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ହେବ । ଏହା ସହିତ ୨୦୧୯ଠାରୁ ପୃଥିବୀ ବିନାଶ ଆଡକୁ ଗତି କରିବ ବୋଲି ସେହି ପୁସ୍ତକରେ ମାଇକେଲ ନୋସ୍ତ୍ରଦମସ ଉଲ୍ଲେଖ କରିଛନ୍ତି । ପାଶ୍ଚାତ୍ୟ ଦେଶଗୁଡିକ ପତନ ହେବା ସହିତ କେତେକ ମହାଜାଗତିକ ଘଟଣା ୨୦୧୯ରେ ଘଟିବ । ସୂର୍ଯ୍ୟପରାଗ ସମୟରେ ଆକାଶରୁ ଅଗ୍ନି ବର୍ଷା ହେବ ବୋଲି ସେ ଆଭାସ ଦେଇଛନ୍ତି । ତୃତୀୟ ବିଶ୍ୱ ଯୁଦ୍ଧରେ ଉତ୍ତରକୋରିଆ, ଆମେରିକା ଏବଂ ରୁଷିଆ ଆଦି ରାଷ୍ଟ୍ର ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ପୁସ୍ତକରେ ଉଲ୍ଲେଖ ପଦ୍ୟରୁ ଆଭାସ ମିଳୁଛି । ଏଥିରେ ଆଣବିକ ଅସ୍ତ୍ରର ପ୍ରୟୋଗ ପ୍ରତିପକ୍ଷ ସୁପର ପାଓ୍ବାରଙ୍କ ମଧ୍ୟରେ ହେବାର ସୂଚନା ରହିଛି । ଏହା ସହିତ ୨୦୧୯ରେ ଆତଙ୍କବାଦ, ପ୍ରାକୃତିକ ବିପର୍ଯ୍ୟୟ ଆଦି ଘଟଣା ବୃଦ୍ଧି ପାଇବ । ମଣିଷଙ୍କ ମଧ୍ୟରେ ପଶୁତ୍ୱ ଭାବନା ବୃଦ୍ଧି ପାଇବ ବୋଲି ପୁସ୍ତକରେ ଉଲ୍ଲେଖ ରହିଛି । ଏବେ ଏହି ପୁସ୍ତକକୁ ନେଇ ବିଶ୍ୱବ୍ୟାପି ନାନା ପ୍ରକାର କଳ୍ପନା ଜଳ୍ପନା ଜାରି ରହିଛି । ବିଭିନ୍ନ ସୋସିଆଲ ମିଡ଼ିଆରେ ଏ ସମ୍ପର୍କିତ ତଥ୍ୟ ଶେୟାର ହେଉଥିବା ବେଳେ କୋଟି କୋଟି ଲୋକ ଏହାକୁ ପଢ଼ିବାକୁ ଇଚ୍ଛୁକ ହେଉଥିବା ଦେଖାଯାଉଛି ।

Loading...

Leave A Reply

Your email address will not be published.