ପଦ ଛାଡ଼ିଲେ ଆରଵିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ

0 653

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସ୍ବାୟତ୍ତତାକୁ ନେଇ କେନ୍ଦ୍ର ସରକାରଙ୍କ ସହ ମତଭେଦ ଚାଲିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ଣ୍ଣର ଉର୍ଜିତ ପଟେଲ ସୋମବାର ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଉଲ୍ଲେଖ କରି ଉର୍ଜିତ ଇସ୍ତଫାପତ୍ରରେ ପ୍ରଦାନ କରିଛନ୍ତି । ସେ ଲେଖିଛନ୍ତି ଯେ, ବ୍ୟକ୍ତିଗତ କିଛି ସମସ୍ୟା ଏବଂ କାମ ପାଇଁ ଆରବିଆଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଉଛି । ଏହା ପଛରେ ଆଉ କୌଣସି କାରଣ ନାହିଁ । ବହୁ ବର୍ଷ ଧରି ରିଜର୍ଭ ବ୍ୟାଙ୍କର ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ସମ୍ମାନିତ ମନେ କରୁଛନ୍ତି । ଆର୍‌ବିଆଇ ଷ୍ଟାଫ୍‌, ଅଫିସର ଓ ମ୍ୟାନେଜମେଣ୍ଟର ସମର୍ଥନ ତଥା ଅକ୍ଲାନ୍ତ ପରିଶ୍ରମ ଯୋଗୁଁ କେନ୍ଦ୍ରୀୟ ବ୍ୟାଙ୍କ ଗତ କିଛି ବର୍ଷ ଭିତରେ ଅନେକ ସଫଳତା ହାସଲ କରିଛି । ସେ ଏହି ଅବସରରେ ସାଥୀ ଓ ଆର୍‌ବିଆଇ ଡାଇରେକ୍ଟରମାନଙ୍କ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଉଲ୍ଲେଖଥାଉ କି, ରିଜର୍ଭ ବ୍ୟାଙ୍କର ସ୍ଵାଧୀନତାକୁ ନେଇ ଗତ କିିଛି ମାସ ହେବ କେନ୍ଦ୍ରୀୟ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି। ରିଜର୍ଭ ବ୍ୟାଙ୍କ ବୋର୍ଡ ଜରିଆରେ ସରକାର ନିଜର ଅଧିକାର ସାବ୍ୟସ୍ତ ପାଇଁ ଚାପ ପକାଇବା ପରେ ଉର୍ଜିତ କେତେକ ନିଷ୍ପତ୍ତି ମଧ୍ୟ ଘୋଷଣା କରିଛନ୍ତି।

Loading...

Leave A Reply

Your email address will not be published.