ମଣିଷତ୍ୱ ହରାଇଲେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ଦେଖନ୍ତୁ ଭିଡିଓ

0 653

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ବିଭିନ୍ନ ଦଳର ନେତା ମାନେ ନିଜ ଅଞ୍ଚଳ ପରିଦର୍ଶନ କରିବାରେ ଲାଗିଛନ୍ତି । ନିଜ ଅଞ୍ଚଳ ପ୍ରତି ଥିବା ଆନ୍ତରିକତା ଅନୁସାରେ ସେମାନେ ଉର୍ଣ୍ଣତ୍ତି ମୂଳକ କାର୍ଯ୍ୟ କରିଥିଲେ । ମାତ୍ର ନିର୍ବାଚନ ଆସିବାରୁ ସବୁକିଛି ବଦଳି ଯାଇଛି । ବର୍ତ୍ତମାନ କେବଳ ହିସାବ ନିକାଶର ବେଳ । ଯେଉଁ ଜନତା ୫ବର୍ଷ ନେତାଙ୍କ ପଛରେ ଧାଉଁ ଥିଲେ ଏବେ ସେଇନେତା ଜନତାଙ୍କ ପଛରେ ଧାଇଁବେ । ତେଣୁ ସବୁ ନେତା ଜନତାଙ୍କ ଆଗରେ ଭାବମୂର୍ତି ସଜାଡ଼ିବାରେ ଲାଗିଛନ୍ତି । ଯେତେ କାର୍ଯ୍ୟ ଗତ ୪ବର୍ଷ ମଧ୍ୟରେ ହୋଇପାଇନଥିଲା ତାହା ଏହି ୩/୪ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ପ୍ରାଣ ମୂର୍ଚ୍ଛା ଲାଗିପଡିଛନ୍ତି । ବିଧାୟକ ଓ ମନ୍ତ୍ରୀ ମାନେ ନିଜେ ଉପସ୍ଥିତ ରହି କାର୍ଯ୍ୟ ର ତଦାରଖ କରୁଛନ୍ତି ।

ମାତ୍ର ଏହିସବୁ କାର୍ଯ୍ୟକ୍ରମ ମଧ୍ୟରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଙ୍କ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । କୌଣସି ଏକ କାର୍ଯ୍ୟକ୍ରମ ର ତଦାରଖ କରୁଥିବା ସମୟରେ ଏକ ଛୋଟ ପିଲା ମହାରଥୀ ଙ୍କ ପାଖକୁ ଦୌଡ଼ି ଆସିବାରୁ ସେ ପିଲାଟିକୁ ଠେଲି ଦେଉଛନ୍ତି । ଫଳରେ ପିଲାଟି ପାଖରେ ଥିବା ଏକ ଖାଲରେ ପଡିଯିବା ଏହି ଭାଇରଲ ଭିଡିଓ ରେ ଦେଖିବାକୁ ମିଳୁଛି । ସୌଭାଗ୍ୟ ବଶତଃ ପିଲାଟିର କୋୖଣସି କ୍ଷତି ହୋଇନଥିଲା । ଯଦି ସେ ଖାଲର କୌଣସି ପଥର ବା କଣ୍ଟା ପଡି ଥାନ୍ତା ତେବେ ପିଲାଟିର ଅବସ୍ଥା କଣ ହୋଇଥାନ୍ତା ସେ ବିଷୟରେ ମହାରଥୀ ବାବୁ ଚିନ୍ତା କରିପାରିଲେନି ? ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Loading...

Leave A Reply

Your email address will not be published.