ଅନଲାଇନରୁ ମୋବାଇଲ ଅର୍ଡର କରିଥିଲେ, ଆସିଲା ସାବୁନ

0 540

ଓଡିଶା ଫାଷ୍ଟ(ବ୍ୟୁରୋ): ବର୍ଷ ଶେଷ ଯୋଗୁଁ ଅନଲାଇନ ସପିଂ ସାଇଟ୍ ଗୁଡ଼ିକ ନାନା‌ ଆକର୍ଷଣୀୟ ଅଫର ଦେଉଛନ୍ତି । ଏହାର ଲାଭ ଉଠାଇ ଲୋକମାନେ ଅନଲାଇନରୁ ବିଭିନ୍ନ ଜିନିଷ କିଣୁଛନ୍ତି । କିନ୍ତୁ ଅନଲାଇନରୁ ମୋବାଇଲ ମଗାଇ ଜଣେ ଗ୍ରାହକ ଠକାମୀର ଶିକାର ହୋଇଥିବା ଜଣାପଡିଛି । ମୋବାଇଲ ବଦଳରେ ମୋବାଇଲ ଖୋଳ ଭିତରେ ସାବୁନ ଆସିଥିବା ଜାଣି ଗ୍ରାହକ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ପୋଲିସ ଏହି ଘଟଣାରେ ୨ଜଣକୁ ଗିରଫ କରିଛି ।

ସୂଚନାନୁଯାୟୀ, ବାରିପଦା ଥାନା ଅଞ୍ଚଳର ଭୀମ୍‌ସେନ ମହାନ୍ତି ଗତ ୬ ତାରିଖରେ ଅନ୍‌ଲାଇନ ଯୋଗେ ଏକ ମୋବାଇଲ ମଗାଇଥିଲେ । ଏହା ୧୩ ତାରିଖରେ ଡେଲିଭରି ହେବ ବୋଲି କୁହାଯାଇଥିଲା । ମାତ୍ର ତାଙ୍କୁ ମୋବାଇଲ ବଦଳରେ ଏକ ସାବୁନ ଓ ଏକ ପୁରୁଣା ମୋବାଇଲ କଭର ମିଳିଥିଲା । ଫଳରେ ଭୀମ୍‌ସେନ ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁୁ ଗିରଫ କରିଛି । କୋରିଅର ସାମଗ୍ରୀ ଡେଲିଭରି ଦେବାବେଳେ ଠକିଥିବା ଅଭିଯୋଗରେ ପୋଲିସ ଅଭିଷେକ ବେହେରା ଓ ପ୍ରକାଶ ଚନ୍ଦ୍ର ନାଏକ ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ଲାପ୍‌ଟପ୍‌, ୪ଟି ମୋବାଇଲ, ୨ ହଜାର ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ୨ ଯୁବକଙ୍କୁ ବାରିପଦା ଟାଉନ୍‌ ଥାନା ପୋଲିସ ଗିରଫ କରିଛି । ଏ ନେଇ ବାରିପଦା ଟାଉନ ଥାନାଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି । 

Loading...

Leave A Reply

Your email address will not be published.