ଗରିବଙ୍କ ପଇସାରେ ସନା ବଡ଼ଲୋକ, ଅଭିଯୋଗକାରୀଙ୍କ ଉନ୍ମକ୍ତ କାଣ୍ଡ , ଦେଖନ୍ତୁ ଭିଡ଼ିଓ

0 1,327

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗରିବଙ୍କ ଭଗବାନ ଭାବେ ନିଜ ଅଞ୍ଚଳରେ ପରିଚିତ ଓ ବହୁ ଚର୍ଚ୍ଚିତ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ । ଏବେ ସେହିଁ ଗରିବଙ୍କ ପେଟକୁ ମାରୁଛନ୍ତି ନାତ । ସନା ଙ୍କ ନାଁରେ ଉଚ୍ଚବାଲି ଅଞ୍ଚଳ କିଛି ଲୋକ ଆଣିଛନ୍ତି ସାଂଘାତିକ ଅଭିଯୋଗ । ୨୦୧୦ ମସିହାରୁ ତାଙ୍କ ‘ଚତୁର୍ଭୁଜ ଡେବ୍ଲପମେଣ୍ଟ କମିଟି’ ନାମକ ଟ୍ରାନ୍ସପୋର୍ଟ କମ୍ପାନୀ ଯାହାକି ଏକ ମାଇନ୍ସ ରୁ ରେଲୱେ ସାଇଡ଼କୁ ଲୋଡିଙ୍ଗ, ଅନଲୋଡିଙ୍ଗ ଓ ଟ୍ରାନ୍ସପୋର୍ଟ କାର୍ଯ୍ୟ କରିବା ପାଇଁ ପାର୍ଟନର କରିବାକୁ କହି ୪୦ ରୁ ଉର୍ଦ୍ଧ ଲୋକଙ୍କ ଠାରୁ ୮୦ ରୁ ୯୦ ଲକ୍ଷ ଟଙ୍କା ନେଇଥିଲେ । ପ୍ରଥମ ଦୁଇ ତିନି ମାସ ପାର୍ଟନର ହୋଇଥିବା ଲୋକ ତାଙ୍କ ଭାଗର ଟଙ୍କା ପାଇଥିଲେ । ତାପରେ ହଠାତ ସନା ଟଙ୍କା ଦେବା ବନ୍ଦ କରି କହିଥିଲେ ‘ପରେ ହିସାବ ହେଲେ ଟଙ୍କା ମିଳିବ’ । ମାତ୍ର ଏତେ ବର୍ଷ ମଧ୍ୟରେ ନା ଟଙ୍କା ମିଳିଲା ନା ସନାଙ୍କ ଦେଖା ମିଳିଲା । ଏହି ଲୋକଙ୍କ ମଧ୍ୟରୁ କିଛି ଲୋକ ସନାଙ୍କ ପାଖକୁ ଟଙ୍କା ମାଗିବାକୁ ଯାଇଥିଲେ । ହେଲେ ସେମାନଙ୍କୁ ଟଙ୍କା ବଦଳରେ ମିଳିଲା ଧମକଚମକ ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ହଠାତ ୪୦ରୁ ଉର୍ଦ୍ଧ ଲୋକ ଏକତ୍ରିତ ହୋଇ ସହିଦନଗର ସ୍ଥିତ ସନାଙ୍କ ବାସଭବନ କୁ ଆସିଥିଲେ । କିଛିସମୟ ସନାଙ୍କ ସହ କଥାବାର୍ତ୍ତା ହେବାପରେ ସେମାନେ ନିଜ ଟଙ୍କା ମାଗିଥିଲେ । ନିଜ ଦେହ ଅସୁସ୍ଥ ଥିବା ଦର୍ଶାଇବାରୁ ଉପସ୍ଥିତ ଲୋକ ଉତ୍ୟକ୍ତ ହୋଇଉଠିଥିଲେ । ସୁରକ୍ଷାକର୍ମୀ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିବା ବେଳେ ଲୋକ ଓ ସୁରକ୍ଷାକର୍ମୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଉତ୍ୟକ୍ତ ଲୋକ ‘ସେମାନଙ୍କ ଟଙ୍କାରେ ସନା ନୂତନ ଦଳ ଗଢି ଭୋଜି ଭାତ କରି ଅଏସ କରୁଥିବା’ ଅଭିଯୋଗ କରିବା ସହ ଅଶ୍ରାବ୍ୟ ଭାଷାରେ ସନାଙ୍କୁ ଗାଳିକରୁଥିବା ଦେଖିବାକୁ ମିଳିଥିଲା । ଏଭଳି ଏକ ଭାଇରଲ ଭିଡ଼ିଓ ସୋସିଆଲ ରେ ଘୁରିବୁଲୁଥିବା ଦେଖିବାକୁ ମିଳୁଛି । ଏହିସବୁ ଘଟଣା ପଦା ପଡିବା ପରେ ସମସ୍ତ ନେତା ସନାଙ୍କୁ ନିନ୍ଦା କରୁଥିବା ସମ୍ନାକୁ ଆସିଛି ।

ଅପରପକ୍ଷରେ ସନାଙ୍କୁ ନେଇ ଅନ୍ୟ ଏକ ଘଟଣା ସମ୍ନାକୁ ଆସିଛି । କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ସନା ଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳୁଛି ଯେଉଁଥିରେକି ‘ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ସନାତନ ମହାକୁଡ଼’,’ନବୀନ ପଟ୍ଟନାୟକଙ୍କୁ ଛାଡ, ସନାତନ ମହାକୁଡ଼ଙ୍କୁ ଧର’ ଲେଖାଯାଇଛି । ତେବେ ଏ ପୋଷ୍ଟର କିଏ ଲଗାଇଛି ତାହା ସ୍ପଷ୍ଟ ହୋଇନାହିଁ ।

Loading...

Leave A Reply

Your email address will not be published.