ଜାତୀୟସ୍ତରୀୟ ମହାମେଣ୍ଟରେ ସାମିଲ ହେବନି ବିଜେଡି

0 489

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜାତୀୟସ୍ତରୀୟ କୌଣସି ମହାମେଣ୍ଟରେ ବିଜେଡି ସାମିଲ ହେବନାହିଁ ବୋଲି କହିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଭାଜପା ଓ କଂଗ୍ରେସଠାରୁ ବିଜୁ ଜନତା ଦଳ ସବୁବେଳେ ସମଦୁରତ୍ୱ ରଖିଆସିଥିବା ବେଳ ଆଗକୁ ମଧ୍ୟ ଏହା ବଜାୟ ରହିବ । ଏଥିସହିତ ଜାତୀୟସ୍ତରର କୌଣସି ମହାମେଣ୍ଟରେ ବିଜେଡି ସାମଲ ହେବ ନାହିଁ ବୋଲି ବୁଧବାର ନବୀନ ସ୍ପଷ୍ଟ କରିଛନ୍ତି । ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ବିରୋଧୀ କରିବା ପାଇଁ ମହାମେଣ୍ଟ ଗଠନ କରିବାର ପ୍ରୟାସ ଚାଳିଛି । ବିଭିନ୍ନ ଆଞ୍ଚଳିକ ଦଳ ସହ ଜାତୀୟ ଦଳ କଂଗ୍ରେସ ମିଶି ଏହି ମହାମେଣ୍ଟ ଗଠନ କରିବେ ବୋଲି ଗତ କିଛି ଦିନ ହେବ ଚର୍ଚ୍ଚା ଜୋର୍‌ ଧରିଛି । ଗତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଓଡ଼ିଶା ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ମହାମେଣ୍ଟ ଗଠନ ନେଇ ଗଣମାଧ୍ୟଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ନେତାଙ୍କ ମୁହଁରୁ ଶୁଣିବାକୁ ମିଳୁଥିଲା । କିନ୍ତୁ ବୁଧବାର ନବୀନ ଏ ସମ୍ପର୍କରେ ସିଧା ସିଧା ମନା କରି ଦେଇଥିବା ବେଳେ ବିଜେଡି ମହାମେଣ୍ଟରେ ସାମିଲ ହେବନାହିଁ ବୋଲି ସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.