ଭାଙ୍ଗିଲା ୫ ଜଣିଆ ଖଣ୍ଡପୀଠ, ପୁଣି ଅଟକିଲା ଅଯୋଧ୍ୟା ମାମଲାର ଶୁଣାଣି

0 401

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାମମନ୍ଦିରକୁ ନେଇ ଆଜି ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଶୁଣାଣି କରିବାକୁ ଥିଲା । କିନ୍ତୁ ୫ଜଣିଆ ଖଣ୍ଡପୀଠରୁ ବିଚାରପତି ୟୁ.ୟୁ.ଲଲିତ ବାହାରି ଯିବାରୁ ଶୁଣାଣି ପୁଣି ଅଟକି ରହିଛି । ଗୁରୁବାର ରାମଜନ୍ମଭୂମିରେ ବାବାରୀ ମସଜିଦ ନିର୍ମାଣ ମାମଲାର ଶୀଘ୍ର ବିଚାର ପାଇଁ ବିଭିନ୍ନ ସଂସ୍ଥା ତଥା ଭାଜପା ପକ୍ଷରୁ ଦାଏର ହୋଇଥିବା ଜନସ୍ବାର୍ଥ ମାମଲାର ତାରିଖ ଘୋଷଣା କରିବାକୁ ୫ ଜଣିଆ ଖଣ୍ଡପୀଠ ସୂଚନା ଦେଇଥିଲେ । ଏହି ଖଣ୍ଡପୀଠରେ ଜଷ୍ଟିସ ଏସ.ଏ. ବୋବଡେ, ଜଷ୍ଟିସ ଏନ.ଭି ରମନ୍ନା, ଜଷ୍ଟିସ ୟୁୟୁ ଲଳିତ ଏବଂ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଥିଲେ । ମାତ୍ର ଖଣ୍ଡପୀଠରୁ ବିଚାରପତି ଲଲିତ ବାହାରି ଯିବାକୁ ଇଛା ପ୍ରକାଶ କରିବାରୁ ଜାନୁୟାରୀ ୨୯ରେ ପୁଣି ନୂଆ ଖଣ୍ଡପୀଠ ଗଠନ ହେବା ପରେ ଶୁଣାଣି ତାରିଖ ସମ୍ପର୍କରେ ଘୋଷଣା କରାଯିବ । ଏନେଇ ପ୍ରଧାନ ବିଚାରପତି ରଞ୍ଜନ କୁମାର ଗୋଗୋଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସୂଚନା ଦେଇଛନ୍ତି । ତେବେ ଏହି ମାମଲାର ୧୮ ହଜାର ୮ ଶହ ୩୬ ପୃଷ୍ଠା ସମ୍ବଳିତ ତଥ୍ୟ ସର୍ବୋଚ୍ଚ ଆଦାଲତରେ ଦାଖଲ ହୋଇଛି । ସେଥିମଧ୍ୟରେ ୪ ହଜାର ୩ ଶହ ୪ ପୃଷ୍ଠା ବିଶିଷ୍ଟ ହାଇକୋର୍ଟଙ୍କ ରାୟ ରହିଛି । ଏସବୁ ତଥ୍ୟ ଆରବୀ, ଫାର୍ସୀ, ସଂସ୍କୃତ, ଉର୍ଦ୍ଦୁ ଏବଂ ଗୁରୁମୁଖୀ ଭାଷାରେ ରହିଛି । ପ୍ରଥମେ ଏହାର ଅନୁବାଦ କରାଯିବା ନେଇ ଅଦାଲତ ଗୁରୁତ୍ୱାରୋପ କରିଛନ୍ତି ।

Loading...

Leave A Reply

Your email address will not be published.