ନବୀନ ବଢ଼ାଇଲେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା, ମାସକୁ ପାଇବେ ୭,୫୦୦ ଟଙ୍କା

0 469

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନବାଡି କର୍ମଚାରୀଙ୍କ ପାଇଁ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଏହି ଘୋଷଣା ପରେ ଅଙ୍ଗନବାଡି କର୍ମଚାରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ସୂଚନା ଅନୁଯାୟୀ, ଅଙ୍ଗନବାଡି କର୍ମୀ ଙ୍କ ଦରମା ୬୦୦୦ହଜ଼ାର ଟଙ୍କା ରୁ ୭୫୦୦ ଟଙ୍କା ବୃଦ୍ଧି କରିଛନ୍ତି । ମିନି ଅଙ୍ଗନବାଡି କର୍ମୀଙ୍କ ଦରମା ୪୧୨୫ ଟଙ୍କା ରୁ ୫୩୭୫ ଟଙ୍କା ବୃଦ୍ଧି କରାଯାଇ ଥିଲା ବେଳେ ହେଲ୍ପରଙ୍କ ଦରମା ୩୦୦୦ରୁ ୩୭୫୦ ଟଙ୍କା ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ଦରମା ଗତ ୨୦୧୮ ଅକ୍ଟୋବର ମାସରୁ ପିଛିଲା ଭାବେ ମିଳିବ ବୋଲି ଜଣା ପଡିଛି । ଅଙ୍ଗନବାଡି କର୍ମୀ ଏବଂ ହେଲ୍ପର ମାନଙ୍କୁ ଖରାଦିନ ଛୁଟି ୧୫ ଦିନ ଘୋଷଣା କରାଯାଇ ଥିଲା ବେଳେ ସେମାନଙ୍କ ଅବସର ବୟସ ସୀମା ୬୨ବର୍ଷକୁ ବୃଦ୍ଧି କରାଯାଇଛି । ଏହା ସହ ଅଙ୍ଗନବାଡି କର୍ମୀ ଙ୍କ ଅବସରକାଳୀନ ଆର୍ଥିକ ସହାୟତା ୨୫,୦୦୦ ଟଙ୍କା, ମିନି ଅଙ୍ଗନବାଡି କର୍ମୀ ଙ୍କ ଅବସର କାଳୀନ ଆର୍ଥିକ ସହାୟତା ୧୫,୦୦୦ ଟଙ୍କା ଏବଂ ହେଲ୍ପରମାନଙ୍କ ଅବସରକାଳୀନ ଆର୍ଥିକ ସହାୟତା ୧୦,୦୦୦ ଟଙ୍କା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସହିତ ସୁପଭାଇଜର ର ୫୦% ଅଙ୍ଗନବାଡି କର୍ମୀଙ୍କ ମଧ୍ୟରୁ ବଛାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ।

Loading...

Leave A Reply

Your email address will not be published.