ଅଭିଙ୍କ ରାସ୍ତାରେ ନିରଞ୍ଜନ କଣ୍ଟା !!!

0 824

ଓଡ଼ିଶା ଫାଷ୍ଟ(ସ୍ଵତନ୍ତ୍ର ପ୍ରତିନିଧି ସୋନପୁର): ବିରମହାରାଜପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରୁଛନ୍ତି ପଦ୍ମନାଭ ବେହେରା । ହେଲେ ନିୟମିତ ଭାବେ ନିର୍ବାଚନ ମଣ୍ଡଳୀ ଗସ୍ତ ନ କରିବା, ଲୋକଙ୍କ ଠୁଁ ଦୁରେଇ ରହିବା ପଦ୍ମନାଭଙ୍କ ଲୋକପ୍ରିୟତା ହ୍ରାସ କରିଛି ।ଏମିତିକି ପଞ୍ଚାୟତ ନିର୍ବାଚନରେ ବିଧାୟକଙ୍କ ବିରୋଧୀ ହାୱା ଯୋଗୁଁ ବିଜେଡି ମାଟି କାମୁଡି ବାକୁ ପଡିଥିଲା । ସମୟ ବଦଳିବା ସହ ପରିସ୍ଥିତି ବଦଳିଛି । ବିରାମହାରାଜପୁରବାସୀ ଖୋଜୁଛନ୍ତି ନୁଆ ମୁହଁ । ହେଲେ ଏଥିରେ କଣ୍ଟା ସାଜିଛନ୍ତି ନିରଞ୍ଜନ ପୂଜାରୀ । ଜନସାଧାରଣ ବିଗତ ଦିନର ଲୋକପ୍ରିୟ ନେତା କୁନ୍ଦୁରୁ କୁଶଲଙ୍କ ଭାଇ ଅଭିମନ୍ୟୁ କୁଶଲଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଚାହୁଁଛନ୍ତି । ଉତ୍ତମ ସଂଗଠନ, ନୁଆ ମୁହଁ । ହେଲେ ଅଭିଙ୍କ ରାଜନୈତିକ ଅଭ୍ୟୁଦୟ ନିରଞ୍ଜନଙ୍କ ପାଇଁ କଣ୍ଟା ହେବ ବୋଲି ସେ ମନେକରୁଛନ୍ତି । ଏଣୁ ଅଭିମନ୍ୟୁ କୁସଲ ଯେମିତି ଟିକେଟ ନପାଇବେ ସେଥିପାଇଁ ଚେଷ୍ଟା କରୁଛନ୍ତି । ଏମିତିକି ଲୋକପ୍ରିୟତା ହରେଇଥିବା ସତ୍ତ୍ୱେ ପଦ୍ମନାଭ ଟିକେଟ ପାଆନ୍ତୁ ବୋଲି ନିରଞ୍ଜନ ଚାହୁଁଛନ୍ତି ।

Loading...

Leave A Reply

Your email address will not be published.