ଆନ୍ଦୋଳନକାରୀଙ୍କୁ ଝଟକା, ସରକାରୀ ସମ୍ପତ୍ତି ନଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ

0 2,136


ଓଡ଼ିଶା ଫାଷ୍ଟ (ବ୍ୟୁରୋ): କୌଣସି ଆନ୍ଦୋଳନ ସମୟରେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା କଲେ ହେବ କାର୍ଯ୍ୟାନୁଷ୍ଠାନ । ଆଗକୁ ଆନ୍ଦୋଳନ କିମ୍ବା ଧାରଣା ସମୟରେ ଯଦି କେହି ସରକାରୀ ସମ୍ପତ୍ତି ଭାଙ୍ଗେ କିମ୍ବା ନଷ୍ଟ କରେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ।

ସୂଚନା ଅନୁଯାୟୀ, ଆନ୍ଦୋଳନ ସମୟରେ ଏଣିକି ଆନ୍ଦୋଳନକାରୀ ସରକାରୀ ସମ୍ପତ୍ତି ଭାଙ୍ଗି ପାରିବେ ନାହିଁ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଏଥର ପାଳନ କରାଯିବ ବୋଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ।

ରାଜ୍ୟରେ ଯେକୌଣସି ସ୍ଥାନରେ ହିଂସା ସମୟରେ ଯଦି କୌଣସି ସରକାରୀ ସମ୍ପତ୍ତି ନଷ୍ଟ ହୁଏ ତେବେ । ଦାୟିତ୍ୱ ରେ ଥିବା ପୋଲିସ କର୍ମଚାରୀ ମାନେ ଗଣ୍ଡଗୋଳକାରୀଙ୍କ ବିରୋଧରେ ଏତଲା ଦାଏର କରିବା ସହ ଯେତେ ଶୀଘ୍ର ସମ୍ଭବ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି, ହିଂସା ସମୟରେ ଭଙ୍ଗାରୁଜା ସହିତ ଯଦି କୌଣସି ଜୀବନହାନୀ ହୁଏ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏବଂ ଏକାଧିକ ଲୋକ ହିଂସାରେ ସମ୍ପୃକ୍ତ ଥିଲେ ହୋଇଥିବା କ୍ଷତି ସେମାନେ ମିଶି ଭରଣା କରିବେ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ।

Loading...

Leave A Reply

Your email address will not be published.