ରଫେଲ ଦୁର୍ନୀତି ଓ ଓଆରଓପି ଲାଗୁ କୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

0 1,249

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ପୁଣି ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଗତକାଲି ରାହୁଲ କଂଗ୍ରେସ ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଭେଟିବା ସହ ୱାନ ର‌୍ୟାଙ୍କ ୱାନ ପେନସନ ଓ ରାଫେଲ ଚୁକ୍ତି ଉପରେ ଚର୍ଚ୍ଚା କରିଥିଲେ । ମୋଦି ଅବସରପ୍ରାପ୍ତ ସୈନିକଙ୍କୁ ଧୋକା ଦେଇଛନ୍ତି ବୋଲି କହିଥିଲେ ରାହୁଲ । କାରଣ ଅମ୍ବାନୀଙ୍କୁ ଦେବା ପାଇଁ ୩୦ ହଜାର କୋଟି ଅଛି ମାତ୍ର ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଓଆରଓପି ଲାଗୁକରି ୧୯ ହଜାର କୋଟି ଖର୍ଚ୍ଚ କରିବାକୁ ଟଙ୍କା ନାହିଁ, ଯେ କି ଦିନେ ନିଜ ଜୀବନକୁ ବାଜି ଲଗାଇ ଦେଶର ସୁରକ୍ଷା ଦାୟିତ୍ବ ପ୍ରତିପାଦନ କରିଥିଲା ।

ରାଫେଲ ଯୁଦ୍ଧ ଜାହାଜ କିଣାରେ ଦୁର୍ନୀତି ହୋଇଥିବା ନେଇ ଅନେକ ଦିନରୁ କଂଗ୍ରେସ ପାର୍ଟି ଏହାର ବିରୋଧ କରିଆସୁଛି । ଏହା ବିଜେପି ସରକାରଙ୍କ ଏକ ବଡ ଦୁର୍ନୀତି ବୋଲି ଅଭିଯୋଗ କରି ଆସୁଥିବା ରାହୁଲଙ୍କ କହିବା ଅନୁଯାୟୀ, ପ୍ରତି ରାଫେଲ ଯୁଦ୍ଧ ଜାହାଜ ପାଇଁ ମୋଦି ସରକାର ୧୬୦୦ କୋଟି ଟଙ୍କା ଦେବାକୁ ଚୁକ୍ତି କରିଛନ୍ତି । ଏହି
ରାଫେଲ ଡିଲ ପରେ ମୋଦି ସରକାର ଅମ୍ବାନୀଙ୍କୁ ୩୦ ହଜାର କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପାଇଁ ୧୯ ହଜାର କୋଟି ଦେବାକୁ ମୋଦି ସରକାରଙ୍କ ପାଖରେ ଟଙ୍କା ନାହିଁ ।

Loading...

Leave A Reply

Your email address will not be published.