ବିପର୍ଯ୍ୟୟ ପ୍ରାକ୍ ସୂଚନା ପ୍ରଦାନ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0 406


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୯୯୯ ମସିହା ଅକ୍ଟୋବର ୨୯ ମହାବାତ୍ୟା କୁ ଆଜି ପୁରିଲା ୧୯ ବର୍ଷ । ଏହି ମହାବାତ୍ୟା ରେ ମୃତ୍ୟୁବରଣ କରିଥିବା ଓ ପୀଡିତ ହୋଇଥିବା ଲୋକଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ବିପର୍ଯ୍ୟୟ ପ୍ରାକ୍ ସୂଚନା ପ୍ରଦାନ କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ବିପର୍ଯ୍ୟୟ ପ୍ରାକ୍ ସୂଚନା ବ୍ୟବସ୍ଥା କ୍ଷେତ୍ରରେ ଏହା ଏକ ଉଲ୍ଲେଖନୀୟ ପ୍ରୟାସ ।


ରାଜ୍ୟବ୍ୟାପୀ ପାଳନ ହେଉଛି ବିପର୍ଯ୍ୟୟ ପ୍ରଶମନ ଦିବସ । ଓଡ଼ିଶାକୁ ସବୁବେଳେ ବାତ୍ୟା, ବନ୍ୟା ଓ ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହେବାକୁ ପଡିଥାଏ । ତେଣୁ ଏହି ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରାକ୍ ସୂଚନା ପ୍ରଦାନ କେନ୍ଦ୍ର ଓଡିଶାବାସୀଙ୍କୁ ଏହି ବିପର୍ଯ୍ୟୟ ର ପ୍ରାକ ସୂଚନା ଦେବ ଯାହା ଫଳରେ ଅନେକ ଧନ ଜୀବନ ସୁରକ୍ଷିତ ରହିବ ବୋଲି ଆଶା କରାଉଛି ।

Loading...

Leave A Reply

Your email address will not be published.