ମଡେଲର ଔଧ୍ୟତ୍ୟତା, ଲିଫ୍ଟରେ ହେଲେ ଉଲଗ୍ନ, ପଢନ୍ତୁ କାହିଁକି

0 2,689

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଶାସକ୍ତ ଅବସ୍ଥାରେ ଜଣେ ମଡେଲର ଔଧ୍ୟତ୍ୟତା । ଡେରାଡୁନ ର ଜଣେ ମଡେଲ ମୁମ୍ବାଇର ଓସିବାରା ଅଞ୍ଚଳରେ ଲିଫ୍ଟ ଭିତରେ ନିଜର ଡ୍ରେସ ଖୋଲି ପକାଇଛନ୍ତି । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋରଧରିଛି ।

ସୂଚନା ଅନୁଯାୟୀ, ଡେରାଡୁନର ମେଘା ଶର୍ମା ନାମକ ଜଣେ ମଡେଲ ଗତ ଅକ୍ଟୋବର ୨୫ ତାରିଖରେ ମଦ ପିଇ ନିଶାରେ ଚୁର ଥିବା ସମୟରେ ମୁମ୍ବାଇର ଓସିବାରା ଅଞ୍ଚଳରେ ଫ୍ଲାଟର ଚୌକିଦାରଙ୍କୁ ସିଗାରେଟ ଆଣିବାକୁ କହିଥିଲେ । ମାତ୍ର ଚୌକିଦାର ସିଗାରେଟ ନ ଆଣିବାରୁ ସେ ତାଙ୍କୁ ମାରିବା ସହ ଲିଫ୍ଟ ଭିତରେ ନିଜର ଡ୍ରେସ ଖୋଲି ପକାଇଥିଲେ । ଏହାକୁ ନେଇ ପୋଲିସ ପାଖରେ ଅଭିଯୋଗ ହେବାପରେ ପୋଲିସ ସେ ସ୍ଥାନରେ ପହଞ୍ଚିଥିଲା । ପୋଲିସକୁ ଦେଖି ମଡେଲ ଜଣକ ଅର୍ଧନଗ୍ନ ଅବସ୍ଥାରେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ।

ଏହାକୁ ନେଇ ପ୍ଲାଟ ସୋସାଇଟି ଓ ଉକ୍ତ ମଡେଲଙ୍କ ତରଫରୁ ଅଭିଯୋଗ ହୋଇଥିଲା । ମାତ୍ର ପୋଲିସ କୁ ଦେଖି ଖସି ପଳାଇବାକୁ ଉଦ୍ୟମ କରୁଥିବା ମଡେଲ ଜଣକ ନିଜ ଔଧ୍ୟତ୍ୟତାର ସବୁ ସୀମା ଟପି ଯାଇଥିଲେ । ପୋଲିସ ଆଗରେ ସେ ସମ୍ପୂର୍ଣ୍ଣ ଉଲଗ୍ନ ହେବା ସହ ଲିଫ୍ଟ ରୁ ବାହାରକୁ ବହାରି ନଥିଲେ । ମହିଳା କନଷ୍ଟେବଳ ନଥିବାରୁ ମଡେଲ କୁ ସାଙ୍ଗରେ ପୋଲିସ ଷ୍ଟେସନ ନେବା ସମ୍ଭବ ହୋଇପାରି ନଥିଲା । ଫଳରେ ପୋଲିସ ଖାଲି ହାତରେ ଫେରିଥିଲା ।

Loading...

Leave A Reply

Your email address will not be published.