ରତ୍ନଭଣ୍ଡାର ଚାବି ହଜିବା ଘଟଣା, ନୂଆ ରହସ୍ୟ ଖୋଲିଲେ ବିଦାୟୀ ନୀତି ପ୍ରଶାସକ

0 439

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଜଷ୍ଟିସ ରଘୁବୀର ଦାସ ଗତ ଶୁକ୍ରବାର ୩୨୪ ପୃଷ୍ଠା ସମ୍ବଳିତ ପୂର୍ଣ୍ଣାଙ୍ଗ ରିପୋର୍ଟ ଗୃହ ବିଭାଗର ଉପସଚିବଙ୍କ ନିକଟରେ ଦାଖଲ କରିଥିଲେ । ରିପୋର୍ଟରେ କ’ଣ ରହିଛି ତାହା ଉପରେ ଏବେ ନଜର ରହିଥିବା ବେଳେ ସୋମବାର ବିଦାୟୀ ନୀତି ପ୍ରଶାସକ ପ୍ରଦୀପ ଦାଶ ରତ୍ନଭଣ୍ଡାର ଚାବି ସମ୍ପର୍କରେ ରୋଚକ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି । ନୂଆ ନୀତି ପ୍ରଶାସକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଦାଶ କହିଛନ୍ତି ଯେ, ଯେତେବେଳେ ଶ୍ରୀମନ୍ଦିର ସରକାରଙ୍କ ଅଧୀନକୁ ଆସିଥିଲା ସେତେବେଳେ ରତ୍ନଭଣ୍ଡାର ଚାବି ଆସି ନ ଥିଲା । ସେହିପରି ଟ୍ରେଜେରିରେ କେବେହେଲେ ଚାବି ରହିନାହିଁ ବୋଲି ସେ କହିଛନ୍ତି । ରତ୍ନଭଣ୍ଡାର ପ୍ରସଙ୍ଗରେ କିଛି ରହସ୍ୟ ନାହିଁ । କଥା ହେଉଛି ମନ୍ଦିର ଯେତେବେଳେ ସରକାରଙ୍କ ଅଧୀନକୁ ଆସିଥିଲା ସେତେବେଳେ ରତ୍ନଭଣ୍ଡାର ଚାବି ନମିଳିବାରୁ ଡୁପ୍ଲିକେଟ ଚାବି କିମ୍ବା ଅନ୍ୟ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା । 

ଅପରପକ୍ଷେ ଶ୍ରୀମନ୍ଦିରର ନୂତନ ନୀତି ପ୍ରଶାସକ ଭାବେ ବିଶ୍ୱଜିତ ବିଶ୍ୱାଳ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆବଶ୍ୟକ କାଗଜପତ୍ରରେ ବିଶ୍ୱାଳ ଦସ୍ତଖତ କରିବା ପରେ ବିଦାୟୀ ନୀତି ପ୍ରଶାସକ ତାଙ୍କୁ କେତେକ ଚାବି ହସ୍ତାନ୍ତର କରିଥିଲେ । ବିଶ୍ୱାଳ କାର୍ଯ୍ୟରେ ଯୋଗଦେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Loading...

Leave A Reply

Your email address will not be published.