ଶବକୁ କାନ୍ଧେଇ ବିଶାଳ ହୃଦୟର ପରିଚୟ ଦେଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

0 790

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସାଧାରଣ ଲୋକଙ୍କ ପ୍ରତି ଥିବା ସ୍ନେହ ଓ ସମବେଦନା କୁ ଆଜି ସେ ପ୍ରମାଣିତ କରି ଦେଖାଇଛନ୍ତି । ଆଠଗଡ ନିର୍ବାଚନ ମଣ୍ଡଳୀ କଣ୍ଡରେଇ ପଞ୍ଚାୟତର ସତ୍ୟନାରାୟଣପୁର ଗାଁରେ ରାମଚନ୍ଦ୍ର ଦାସଙ୍କ ଆଜି ସକାଳେ ପରଲୋକ ହୋଇଥିଲା । ଏହି ଖବର ପାଇ ବିଧାୟକ ସତ୍ୟନାରାୟଣ ପୁର ଗାଁରେ ପହଞ୍ଚି ରାମଚନ୍ଦ୍ରଙ୍କ ପରିବାରକୁ ସମବେଦନା ଜଣାଇବା ସହ ରାମଚନ୍ଦ୍ରଙ୍କ ଶବକୁ ବୋହି ଗାଁ ମୁଣ୍ଡ ଯାଏଁ ନେଇଥିଲେ । ଯାହାକୁ ଦେଖି ଗ୍ରାମବାସୀ ଆଠଗଡ ବିଧାୟକ ଙ୍କ ଖୁବ ପ୍ରଶଂସା କରିଥିଲେ ।

ପୂର୍ବରୁ ମଧ୍ୟ ଏହିପରି ଏକ ଘଟଣା ରେଙ୍ଗାଲିରେ ଦେଖିବାକୁ ମିଳିଥିଲା । ରେଙ୍ଗାଲି ବିଧାୟକ ରମେଶ ପଟୁଆ ଏକ ଅସହାୟ ବୃଦ୍ଧାଙ୍କ ଶବକୁ କାନ୍ଧ ଦେଇଥିଲେ । କାହିଁକି ନା ଉକ୍ତ ବୃଦ୍ଧା ର ଶବକୁ କାନ୍ଧ ଦେବାକୁ କେହି ନଥିଲେ । ଏ ଖବର ରେଙ୍ଗାଲି ବିଧାୟକ ଜାଣିବାପରେ ନିଜ ଦୁଇପୁଅ ଙ୍କୁ ନେଇ ସେ ସ୍ଥାନ ରେ ପହଞ୍ଚିଥିଲେ । ନିଜ ପୁଅଙ୍କ ସହ ମିଶି ଶବକୁ କାନ୍ଧ ଦେବା ସହ ବିଧିବିଧାନ ଅନୁଯାୟୀ ଶବ ସତ୍କାର ମଧ୍ୟ କରିଥିଲେ ।

Loading...

Leave A Reply

Your email address will not be published.