ବଟି ନଦେବାରୁ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ

0 434

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପଟ୍ଟାମୁଣ୍ଡାଇ ବ୍ଳକ ବିଲିକଣା ସରପଞ୍ଚ ବିଜୟ କୁମାର ରାଉତଙ୍କୁ ତେରୋହି ଗ୍ରାମର ୨ ଜଣ ଯୁବକ ଓ ଜଣେ ମହିଳା ମରଣାନ୍ତକ ଆକ୍ରମଣ କରିଥିଲେ । ବିଜୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ବିଜୟଙ୍କ ମା’ ଗୋଲାପ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ପଞ୍ଚାୟତ ଅଧୀନ ବଢ଼େଇପଡ଼ା ଗ୍ରାମରୁ ବିଜୟ ସକାଳୁ ଏକ ବାଇକ୍‌ (ବୁଲେଟ୍‌)ରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିଲେ । ଏହି ସମୟରେ ତେରୋହି ଗ୍ରାମର ଶେଷ ମୁଣ୍ଡରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସେହି ଗ୍ରାମର ଗଣେଶ୍ୱର ମିଶ୍ର ତାଙ୍କ ସ୍ତ୍ରୀ ପ୍ରମିଳା ଓ ସିଦ୍ଧେଶ୍ୱର ମିଶ୍ର ବିଜୟଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ । ଯୁକ୍ତିତର୍କ ମଧ୍ୟରେ ଗଣେଶ୍ୱର ହାତରେ ଧରିଥିବା ଏକ ଲୁହା ରଡରେ ବିଜୟଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ମୁଣ୍ଡରୁ ପ୍ରବଳ ରକ୍ତ ସ୍ରାବ ହେତୁ ସେଠାରେ ବିଜୟ ଚେତାଶୂନ୍ୟ ହୋଇ ପଡ଼ିଯିବା ପରେ ପ୍ରମିଳା ଓ ସିଦ୍ଧେଶ୍ୱର ତାଙ୍କୁ ନିସ୍ତୁକ ପିଟିଥିଲେ । ଏଥିସହ ତାଙ୍କ ବାଇକକୁ ପିଟି ଅଧାଭଙ୍ଗା କରିଦେଇଥିବା ବେଳେ ବିଜୟ ପିନ୍ଧିଥିବା ସୁନା ଚେନ୍‌, ଗାଡି ଚାବି ଓ ମୋବାଇଲ ମଧ୍ୟ ସେମାନେ ଛଡ଼ାଇ ନେଇଥିବା ଗୋଲାପ ଏତଲାରେ ଦର୍ଶାଇଛନ୍ତି । ଏଥିସହ ବିଜୟଙ୍କ ଘର ପାର୍ଶ୍ୱର ଜନୈକ ବ୍ୟକ୍ତ ବିଜୟ ଘରୁ ବାହାରି ଥିବା ସମ୍ପର୍କରେ ଗଣେଶ୍ୱର ଓ ଅନ୍ୟମାନଙ୍କୁ ସୂଚନା ଦେଇଥିବା ଏତଲାରେ ଉଲ୍ଲେଖ ହୋଇଛି ।

ସୂଚନାଯୋଗ୍ୟ, ସରପଞ୍ଚ ବିଜୟଙ୍କୁ କେତେଜଣ ଦୁର୍ବୃତ୍ତ ପୂର୍ବରୁ ବଟି ମାଗିଥିଲେ । କିନ୍ତୁ ସେ ଏହା ଦେବାକୁ ମନା କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ତାଙ୍କ ମାଆ କହିଛନ୍ତି ।

Loading...

Leave A Reply

Your email address will not be published.