ଖୋଲିଲା ରାଜ୍ୟର ପ୍ରଥମ ମହିଳା ଡାକଘର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ଠାରେ ଖୋଲିଲା ରାଜ୍ୟର ପ୍ରଥମ ମହିଳା ଡାକଘର । ସମ୍ବଲପୁର ଗୋଲବଜାରଠାରେ ଏହି ଡାକଘର ଆରମ୍ଭ ହୋଇଛି । ଏହି ଡାକଘରର ସମସ୍ତ କର୍ମଚାରୀ ମହିଳା ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଓଡ଼ିଶା ମହିଳାଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ତେଣୁ ରାଜ୍ୟ ସରକାର ସମ୍ବଲପୁରର ଗୋଲବଜାର ଠାରେ ରାଜ୍ୟର ପ୍ରଥମ ମହିଳା ଡାକଘର ଖୋଲିଛନ୍ତି । ଏହି ଡାକ ଘରେ ଅନ୍ୟ ଡାକଘର ଭଳି ଏଠାରେ ସମସ୍ତ ପ୍ରକାର ନେଣ ଦେଣ କ୍ଷୁଦ୍ର ଜମା, ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସେବା ଯୋଗାଇ ଦିଆଯିବ । ଏହାକୁ ନେଇ ସମଗ୍ର ରାଜ୍ୟର ମହିଳାଙ୍କ ମଧ୍ୟରେ ଏକ ନୂତନ ଆଶାର ସଞ୍ଚାର ହୋଇଛି ।

Leave A Reply

Your email address will not be published.