ଦେବଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା, ୪ ମୃତ, ୧୦ ଆହତ

0 702


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଠାକୁର ଦର୍ଶନ କରିବା ପରେ ଭୋଜି କରି ଫେରୁଥିଲେ ଘରକୁ । ଜାଣି ନଥିଲେ ଏହା ସମାନକ ମଧ୍ୟରୁ କିଛି ଜଣଙ୍କ ଶେଷ ଭୋଜି ବୋଲି । ଏକ ଟାଟା ୱିଙ୍ଗରରେ ୧୪ ଜଣ ବଲାଙ୍ଗିର ହରିଶଙ୍କର, ନୃସିଂହନାଥ ସହିତ କୋରାପୁଟର ଗୁପ୍ତେଶ୍ୱର ଆଦି ପର୍ଯ୍ୟଟନ ସ୍ଥଳୀ ବୁଲାବୁଲି କରି ଓ ପିକ୍‌ନିକ୍ କରି ଫେରୁଥିଲେ । ଘର ପାଖକୁ ପହଞ୍ଚିଲା ସମୟରେ ହେଲା ଦୁର୍ଘଟଣା । ଦୁର୍ଘଟଣା ରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ବଲସିଂଘା ରୁ ୧୪ ଜଣ ବଲାଙ୍ଗିର ହରିଶଙ୍କର, ନୃସିଂହନାଥ ସହିତ କୋରାପୁଟର ଗୁପ୍ତେଶ୍ୱର ଆଦି ପର୍ଯ୍ୟଟନ ସ୍ଥଳୀ ବୁଲାବୁଲି କରି ଓ ପିକ୍‌ନିକ୍ କରି ଫେରୁଥିଲେ । ଏହି ସମୟରେ ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳ ର କତଡ଼ା ନିକଟରେ ଟାଟା ୱିଙ୍ଗରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ପ୍ରଥମେ ଏକ ଟ୍ରକ୍ ସହିତ ଓ ତା’ପରେ ଏକ ପରିବା ବୋଝେଇ ପିକ୍‌ଅପ୍ ଭ୍ୟାନ୍ ସହ । ଏହି ଦୁର୍ଘଟଣା ପରେ ପରିବା ବୋଝେଇ ପିକ୍‌ଅପ୍ ଭ୍ୟାନଟି ଓଲଟି ପଡିଥିଲା । ଘଟଣା ସ୍ଥଳରେ ହିଁ ତିନିଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା । ମାତ୍ର ବାଟରେ ଜଣଙ୍କ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.