ଶେଷରେ ଗିରଫ ହେଲେ ଅଭିଜିତ

0 452
BJD Ad Post


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭା ଗୃହ କମିଟି ର ନୋଟିସ ପାଇ ପ୍ରଥମ ଥର ନିଜେ ହଜାର ନହୋଇ କ୍ଷମା ପ୍ରାର୍ଥନା କରିଥିଲେ ଅଭିଜିତ ଆୟର । ଅଭିଜିତଙ୍କୁ ପୁନର୍ବାର ୨୩ ଅକ୍ଟୋବର ରେ ବିଧାନସଭା ଗୃହ କମିଟି ଆଗରେ ହାଜର ହେବାକୁ ନୋଟିସ ହୋଇଥିଲା । ନୋଟିସ ମୁତାବକ ସେ ଆଜି ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ ।

ସୂଚନା ଅନୁଯାୟୀ, ବିଧାନସଭା ଗୃହ କମିଟି ଆଜି ଅଭିଜତଙ୍କୁ ଜେରା କରିସାରିବା ପରେ ପୁଲିସ ତାଙ୍କୁ ସହିଦନଗର ଥାନାକୁ ନେଇଥିଲା । ଓଡ଼ିଶାର ସଂସ୍କୃତି ଓ ଧାର୍ମିକ ଭାବନାକୁ ଅଭିଜିତ ଆଘାତ ଦେଇଥିବା ନେଇ ଗତମାସରେ ସହିଦନଗର ଥାନାରେ ଏତଲା ହୋଇଥିଲା । ସେଠାରେ ଦୁଇଘଣ୍ଟାର ଜେରା ପରେ ସହିଦନଗର ପୁଲିସ ଅଭିଜିତଙ୍କୁ ଗିରଫ କରିଛି । ରାତିରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

BJp Ad Post

Leave A Reply

Your email address will not be published.