ୱାର୍ଡ ନଂ ୪୫ ରେ ବିଜେଡିର ଆରମ୍ଭ ହେଲା ମୋ ୱାର୍ଡ ମୋ ଦାୟିତ୍ୱ କାର୍ଯ୍ୟକ୍ରମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ୱାର୍ଡ ନଂ ୪୫ ରେ ଶନିବାର ସକାଳ ୭ଟା ସମୟରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଶ୍ରୀଯୁକ୍ତ ଅରୁପ ପଟ୍ଟନାୟକ, ସ୍ଥାନୀୟ ପୂର୍ବତନ କର୍ପୋରେଟର ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅମରେଶ ଜେନା, ପୂର୍ବତନ କର୍ପୋରେଟର ସମୀର ପ୍ରଧାନ, ସମାଜସେବୀ ପ୍ରମୋଦ ନାୟକ,ସ୍ଥାନୀୟ ଛାତ୍ର, ଯୁବ, ମହିଳା ଏବଂ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ । ସେମାନେ ସମସ୍ତ ସ୍ଥାନୀୟ ବ୍ୟକ୍ତିଙ୍କ ଘରକୁ ଯାଇ ଫଳ ଗଛର ଚାରା ବଣ୍ଟନ କରିବା ସହ ଅଳିଆ ଆବର୍ଜନା ସଫାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସେହିପରି ଶ୍ରୀଯୁକ୍ତ ଅରୁପ ପଟ୍ଟନାୟକ ଓ ସ୍ଥାନୀୟ ପୂର୍ବତନ କର୍ପୋରେଟର ଶ୍ରୀଯୁକ୍ତ ଅମରେଶ ଜେନା ସ୍ଥାନୀୟ ଚିନ୍ତାମଣିଶ୍ୱର ୟୁ.ପି. ସ୍କୁଲ, ଏମ.ଇ ଏବଂ ହାଇ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କ ସହ ସ୍ୱଚ୍ଛ ରହିବା ଓ ପାଠପଢା ସମ୍ପର୍କରେ ପଚାରି ବୁଝିଥିଲେ । ସ୍ଥାନୀୟ ପୂର୍ବତନ କର୍ପୋରେଟର ଶ୍ରୀଯୁକ୍ତ ଅମରେଶ ଜେନାଙ୍କ ଏପରି କାର୍ଯ୍ୟକ୍ରମର ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ଖୁବ ପ୍ରଶଂସା କରାଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.