ଅଶ୍ଳୀଳ ଫଟୋ ପଠାଇ ଫସିଗଲେ ମିକା ସିଂହ

0 597

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବଲିଉଡର ଟପ୍ ସିଙ୍ଗର‌ ମିକା ସିଂହଙ୍କ ପିଛା ଛାଡୁନି ବିବାଦ । ଅନେକ ବିବାଦୀୟ କାର୍ଯ୍ୟରେ ସଂପୃକ୍ତ ରହି ପୂର୍ବରୁ ଏକାଧିକ ଥର ସେ ଜେଲ୍ ଯାଇଥିବା ବେଳେ ଏବେ ପୁଣି ଏହିଭଳି କାରନାମା ଯୋଗୁଁ ସେ ଦୁବାଇରେ ଗିରଫ ହୋଇଥିବା ଜଣାପଡିଛି ।

ରିପୋର୍ଟ ମୁତାବକ, ସେଠାରେ ଏକ ଶୋ ରେ ଯୋଗ ଦେବାକୁ ଯାଇଥିବା ବେଳେ ମିକା ବ୍ରାଜିଲ ର ଜଣେ ୧୭ ବର୍ଷୀୟା ଝିଅଙ୍କୁ ଦୂର୍ବ୍ୟବହାର କରିବା ଅଭିଯୋଗରେ ଦୁବାଇ ପୋଲିସ ତାଙ୍କୁ ଗିରଫ କରିଛି । ଦୁବାଇରେ ଏକ ଆୱାର୍ଡ଼ ଶୋ ରେ ଯୋଗ ଦେବାକୁ ଯାଇଥିବା ବେଳେ ମିକା ସେ ଝିଅଙ୍କୁ ଅଶ୍ଳୀଳ ଫଟୋ ପଠାଇଥିଲେ । ଏ ନେଇ ସେ ଝିଅ ମୁରାକବାତ୍ ଥାନାରେ ଅଭିଯୋଗ କରିଥିଲେ। ସେଠାକାର ପୋଲିସ ଭୋର୍ ୩ ଟା ବେଳେ ମିକାଙ୍କୁ ଏକ ବାରରୁ ଗିରଫ କରିଥିଲା । ଏବେ ତାଙ୍କୁ ଆବୁଧାବି ଜେଲକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ବିଗତ ବର୍ଷ ଗୁଡ଼ିକ ମଧ୍ୟରେ ମିକା ଏକା ଧିକ ଥର ଜେଲ୍ ଯାଇଛନ୍ତି । ୨୦୧୫ ରେ ଦିଲ୍ଲୀ ରେ ଏକ ଶୋ ଚାଲିଥିବା ବେଳେ ଜଣେ ଡାକ୍ତରଙ୍କୁ ମାଡ ମାରି ମିକା ଗିରଫ ହୋଇଥିଲେ । ୨୦୧୪ ରେ ହିଟ୍ ଆଣ୍ଡ ରନ କେସ ଓ ୨୦୦୪ ରେ ସେ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତଙ୍କୁ ଜବରଦସ୍ତି କିସ୍ କରିଥିବା ନେଇ ତାଙ୍କ ନାଁ ରେ ଅଭିଯୋଗ ଥିଲା ।

Leave A Reply

Your email address will not be published.