ସ୍କୁଲ୍‌ରେ ବୋମା ବିସ୍ଫୋରଣ, ୨ଛାତ୍ର ଗୁରୁତର

0

ଓଡ଼ିଧ ଫାଷ୍ଟ(ବ୍ୟୁରୋ): ଆଜି ସକାଳେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିସ୍ପୋରଣ ଘଟିଛି । ଏହି ବିସ୍ଫୋରଣରେ ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ସେମାନଙ୍କ ମୁହଁ ଓ ହାତରେ ଆଘାତ ଲାଗିଛି । ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ଶନିବାର ହୋଇଥିବାରୁ ସକାଳୁ ସ୍କୁଲ ଥିଲା । ମଧ୍ୟାହ୍ନ ଭୋଜନ ପାଇଁ ପିଲା ଏକତ୍ରିତ ହୋଇଥିଲେ । ଏହି ସମୟରେ ସ୍କୁଲ ପରିସରରେ ତାବିଜ୍ ଭଳି ଏକ ଜିନିଷ ପଡ଼ିଥିବା ଦେଖି ତାକୁ ଜଣେ ଛାତ୍ର ତାକୁ ଉଠାଇ ଫୋପାଡ଼ିବାରୁ ଏହି ବିସ୍ପୋରଣ ଘଟିଥିଲା । ଆହତ ଛାତ୍ରଦ୍ୱୟ ହେଲେ ସପ୍ତମ ଶ୍ରେଣୀର ରାଜା ନାୟକ ଓ ଅଷ୍ଟମ ଶ୍ରେଣୀର ଚନ୍ଦନ ସ୍ୱାଇଁ । ସେମାନଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.