ଆଇଏଏସ ସ୍ତରରେ ଅଦଳ ବଦଳ, ପଢନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାର ଶନିବାର ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ଏହି ଅଦଳ ବଦଳର ବିଷୟରେ କିଛିଦିନ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା ।

୧. ୨୦୦୭ ବ୍ୟାଚର ଆଇଏଏସ ଅଫିସର ସଂଗ୍ରାମଜିତ ନାୟକଙ୍କୁ ବିଏମସିର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

୨. ୨୦୦୪ ବ୍ୟାଚ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ସାହୁଙ୍କୁ ଶ୍ରମ କମିସନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

୩. ୨୦୦୭ ବ୍ୟାଚ୍‍ ଆଇଏଏସ ସୁଶାନ୍ତ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

୪. ୨୦୦୯ ବ୍ୟାଚ ଆଇଏଏସ ଅଫିସର, ନୟାଗଡର ବର୍ତ୍ତମାନ ଜିଲ୍ଲାପାଳ ଏନ. ଥିରୁମାଲା ନାୟକଙ୍କୁ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି ।

୫. ୨୦୧୨ ବ୍ୟାଚ ଆଇଏଏସ ପୁମା ଟୁଡୁ କୋରାପୁଟର ବର୍ତ୍ତମାନ ଜିଲ୍ଲାପାଳଙ୍କୁ ନୟାଗଡ ଜିଲ୍ଲାପାଳ ନିଯୁକ୍ତ କରାଯାଇଛି ।

୬. ୨୦୧୬ ବ୍ୟାଚ ଆଇଏଏସ ବାଲିଗୁଡା ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବଙ୍କୁ ବ୍ରହ୍ମପୁର, ଗଞ୍ଜାମର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି ।

୭. ବରିଷ୍ଠ ଓଏଏସ ଅଫିସର ମଧୁସୂଦନ ମିଶ୍ରଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.