ମହିଳାଙ୍କ ପରାମର୍ଶକୁ ଶୁଣିଲେ ଓ ୩ ଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0 552


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀରେ ଅନୁଷ୍ଠିତ ହୋଇଥିବା ମିଶନ ଶକ୍ତିର ମହାସମାବେଶରେ ପୁରୀ ଜିଲ୍ଲାର ୬୦ ହଜାରରୁ ଉର୍ଦ୍ଧ ମହିଳା ଯୋଗଦାନ କରିଛନ୍ତି । ବାରିପଦାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମ ଓ ସାଧାରଣ ସଭାକୁ ମାତ୍ ଦେବାକୁ ମୁଖ୍ୟମନ୍ତ୍ରୀ ଖେଳିଛନ୍ତି ମହିଳା କାର୍ଡ । ମିଶନ ଶକ୍ତି ଜରିଆରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ନବୀନ ।

ସୂଚନା ଅନୁଯାୟୀ, ପୁରୀର ତାଳବଣିଆରେ ଥିବା ତାଳବଣିଆ ସ୍ପୋଟସ କମ୍ଲେକ୍ସ ପରିସରରେ ଆୟୋଜିତ ମିଶନ ଶକ୍ତି ମହିଳା ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ଉପଲବ୍ଧି ଓ ଏହାକୁ ଅଧିକ କାର୍ଯ୍ୟକ୍ଷମ କରିବାପାଇଁ ଦେଇଥିବା ପରାମର୍ଶକୁ ଖୁବ ଧ୍ୟାନର ସହ ପାଖାପାଖି ୪୫ ମିନିଟ ଶୁଣିଥିଲେ । ଏହି କାର୍ଯ୍ୟକ୍ରମରେ ୨୭ ହଜାର ଏସଏଚଜି ଗ୍ରୁପ ଯୋଗଦାନ କରିଛନ୍ତି । ଏଠାରେ ମୁଖ୍ୟମନ୍ତ୍ରୀ ପ୍ରତି ଏସଏଚଜି ଗ୍ରପକୁ ୧୫ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଏବଂ ପ୍ରତି ବ୍ଲକ୍ ସ୍ତୀରୀୟ ମହାସଂଘ ନିମନ୍ତେ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହ ସମସ୍ତ ମହିଳାଙ୍କୁ ସ୍ମାର୍ଟ ଫୋନ ପାଇଁ ୩୦୦୦ଟଙ୍କା ଯାହାକି ସିଧାସଳଖ ତାଙ୍କ ଆକାଉଣ୍ଟ କୁ ଯିବ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁୂରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆହୁରି ଶକ୍ତିଶାଳୀ ଓ ପ୍ରଭାବୀ କରିବା ପାଇଁ ଏସଏଚଜି ଗ୍ରୁପକୁ ବିନା ସୁଧରେ ଋଣ ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ୩ ଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ମିଳିବ । ଏହାଦ୍ୱାରା ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଉପକୃତ ହେବେ । ଏଚଏଚଜି ଗ୍ରୁପକୁ ମୋଟ୍ ୭୦୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ । ଅଙ୍ଗନୱାଡ଼ି କର୍ମୀ ଓ ହେଲପରଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଡିଜିଟାଲ ସଶକ୍ତିକରଣ ପାଇଁ ପ୍ରତି ଗୋଷ୍ଠୀକୁ ୩ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି ।

Leave A Reply

Your email address will not be published.