ପଦାରେ ପଡିଲା ଜାତୀୟ ସ୍ୱାସ୍ଥ୍ୟ ମିଶନର ନିଯୁକ୍ତି କେଳଙ୍କାରୀ, କିଏ ସେ ପାୱାରଫୁଲ ପଟ୍ଟନାୟକ ବାବୁ

0 894

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ଚାଲିଛି ଖୁଲମ ଖୁଲା ଚାକିରୀ ପାଇଁ ମୂଲଚାଲ । ତାହାପୁଣି ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ମୁଖ୍ୟ କାର୍ଯ୍ୟାଳୟରେ । ରାଜଧାନୀର ଏହି ଅଫିସ ରେ କର୍ମଚାରୀଙ୍କ ବଦଳି ଠାରୁ ନୂତନ ନିଯୁକ୍ତି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ହୁଏ । ମାତ୍ର ଏହିସବୁ କାର୍ଯ୍ୟର ସ୍ୱଛତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି । କାରଣ ନିକଟରେ କନସଲଟାଂଟ ଆଇଇସି/ବିସିସି ପଦବୀ ପାଇଁ ଉଭୟ ଲିଖିତ ଓ ମୌଖିକ ପରୀକ୍ଷା କରାଯାଇଥିଲା । ଉଭୟ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅଭିଜ୍ଞ ପ୍ରାର୍ଥୀଙ୍କୁ ବାଦ ଦେଇ ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି । ଯାହାକି ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ରେ ହୋଇଥିବା କେଳଙ୍କାରୀର ପର୍ଦାଫସ କରିଛି । ଏହି ଅଫିସରେ କାର୍ଯ୍ୟରତ କିଛି କର୍ମଚାରୀ ନିଜ ନାମ ଗୋପନ ରଖୀ ପଟ୍ଟନାୟକ ବାବୁଙ୍କ କଥା ବଖାଣିଥିଲେ । ସେମାନେ କହିଥିଲେ ଆପଣଙ୍କ ଯାହା ଦରକାର ବଦଳିଠାରୁ ଆରମ୍ଭକରି ପଦୋନ୍ନତି ପର୍ଯ୍ୟନ୍ତ, ଚାକିରୀ ହେଉ କି ଫାଇଲ କାମ ଯେତେ ଅଧିକ ଟଙ୍କା ଦେବେ ସେତେ ଶୀଘ୍ର କାମ ହେବ । ତେବେ ଏହି କଥାରୁ ପଟ୍ଟନାୟକ ବାବୁଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଫିସରେ ଥିବା ଦବଦବା ସ୍ପଷ୍ଟ ବାରି ହୋଇପଡିଥିଲା । ଏସବୁ କେଳଙ୍କାରୀ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀ ନିଜ ଦକ୍ଷତା ପ୍ରମାଣ କରିବାରେ ଅସମର୍ଥ ହେଉଥିବା ପରିଲକ୍ଷିତ ହୋଇଥିଲା । ବିନା ଲାଞ୍ଚରେ ଓ ପଟ୍ଟନାୟକ ବାବୁଙ୍କ ବିନା ଶୁଭ ଦୃଷ୍ଟିରେ ଏ ଅଫିସରେ କିଛି ସମ୍ଭବ ନୁହେଁ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏ ପଟ୍ଟନାୟକ ବାବୁ କିଏ ? ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରରେ ଏହି ପ୍ରସଙ୍ଗ ଉପସ୍ଥାପିତ ହୋଇସାରିଥିବାବେଳେ ପଟ୍ଟନାୟକ ବାବୁଙ୍କ ଅସଲ ଚେହେରା ସାମ୍ନା କୁ ଆସୁଛି ନା ନାହିଁ । ଯଦି ଅସଲ ଚେହେରା ସାମ୍ନା କୁ ଆସୁଛି ତେବେ ତାଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.